STORYMIRROR

Prasant Kumar Nath

Romance

2  

Prasant Kumar Nath

Romance

ନୀଳ ଉର୍ମି ଖେଳିଗଲା ମୋ ମନ ସାଗରେ

ନୀଳ ଉର୍ମି ଖେଳିଗଲା ମୋ ମନ ସାଗରେ

1 min
13.3K


ଜୀବନଟା ଥିଲା ମରୀଚିକା ମୋର

ପାଣି ଟିକେ ଖୋଜୁଥିଲି

ସେହି ମରୀଚିକା ସାଗର ସାଜିଲା

ଯେବେ ତୋତେ ପାଇଗଲି ।

ସେହି ସାଗରରେ ନୀଳ ଉର୍ମି ସାଜି

ଆସିଲୁ ଜୀବନେ ମୋର

ଶୂନ୍ୟ ଶୂନ୍ୟ ସେହି ଜୀବନ ମରୁରେ

ଖେଳିଲା ଖୁସି ଜୁଆର ।

ସେହି ସାଗରରେ କୂଳରେ ବାସିଲା

ମଲ୍ଲି ଫୁଲ ମହ ମହ

ନୀଳ ଉର୍ମିର ସେ ଶୀତଳ ସ୍ପର୍ଶରେ

ହସୁଥିଲା ଅହରହ ।

ସେହି ମଲ୍ଲି ଡାଳେ ମୋ ମନ କପୋତ

ଗାଇଲା ପ୍ରୀତି ରାଗିଣୀ

ମୋ ମନ କପୋତ ସେହି ଉର୍ମି ପାଖେ

ହୋଇଲା ସତେ ବନ୍ଦିନୀ ।

ମନ ମୋ ଚାହିଁଲା ସେ ଉର୍ମି ସାଥିରେ

ରହିବାକୁ ରାତିଦିନ

କାନ ମୋ ଖୋଜିଲା ଶୁଣିବା ପାଇଁକି

ସେ ଉର୍ମିର ମଧୁ ସ୍ଵନ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance