STORYMIRROR

Madhabi Patel

Inspirational

3  

Madhabi Patel

Inspirational

ନୀଳ ରଙ୍ଗ

ନୀଳ ରଙ୍ଗ

1 min
196

ବିଶ୍ବାସର ରଙ୍ଗ ଅଟେ ନୀଳରଙ୍ଗ

କଳ୍ପନାର ରୂପ ସିଏ।


ଶାନ୍ତ ଗୁଣକୁ ପ୍ରକାଶ କରଇ

ବିଶାଳତାକୁ ସୂଚାଏ।


ନଭ ନିଳିମାରେ ସାଗର ଢେଉରେ

ଶ୍ରୀକୃଷ୍ଣ ଅବୟବରେ।


ଶୋଭା ପାଉଥାଏ ଏହି ନୀଳରଙ୍ଗ

ମୟୁର ଚୂଳ ମଧ୍ୟରେ ।


ନୀଳ ପରବତ ନୀଳ ଝର ନଈ

ନୀଳ ଆଖିର ତାରକା।


ନୀଳମାଧବ ସେ ସଭିଙ୍କର ପ୍ରିୟ

ପ୍ରେମିକା ଯା,ର ରାଧିକା।


ନୀଳରଙ୍ଗର ଗଭୀରତା ପାଖେ

ଅନ୍ୟରଙ୍ଗ ସବୁ ଫିକା।


ନୀଳରଙ୍ଗ ଯା,କୁ ଲାଗିଗଲେ ଥରେ

ସେ କେବେ ରହେନା ଏକା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational