Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DILIP KUMAR SAHOO

Classics

4  

DILIP KUMAR SAHOO

Classics

ନୀଳ କନ୍ଦର

ନୀଳ କନ୍ଦର

1 min
234


ନୀଳାଚଳ ନୀଳ କନ୍ଦର

ଆକାଶ କୁ ଛୁଏଁ ମନ୍ଦିର

ଅପୂର୍ବ ଏ କଳା କିରତି

ବିଜେ ଯହିଁ ଚତୁର୍ଦ୍ଧା ମୂର୍ତ୍ତୀ।

ମାନବୀୟ ଲୀଳା କରନ୍ତି

ଭକତଙ୍କ କଥା ଶୁଣନ୍ତି।।


ମେଘନାଦ ନାମେ ପାଚେରୀ

ମନ୍ଦିର କୁ ରହିଛି ଘେରି ।

ଚାରି ଦିଗେ ଦ୍ବାର ଚାରୋଟି

ସିଂହଦ୍ଵାର ତହିଁ ସାର ଟି ।

ସମ୍ମୁଖେ ଅରୁଣ ଅଛନ୍ତି

ଭକତେ ପ୍ରଣାମ କରନ୍ତି।


ଦ୍ବାର ଲକ୍ଷ୍ମୀ ସିଂହ ଦୁଆରେ

ଆଖି ଯହିଁ ଲାଖି ରୁହେରେ।

ଦ୍ଵାରରେ ଗୁମୁଟ ମନ୍ଦିର

ପତିତ ପାବନ ସୁନ୍ଦର।

ପତିତ ଙ୍କୁ ଦେଇ ଦର୍ଶନ

ଆଶିଷ କରନ୍ତି ପ୍ରଦାନ ।


ଗୁମୁଟ ରୁ ଗଲେ ଆଗେଟି

ବାଇଶି ପାହାଚ ସେଇଠି ।

ପୂଣ୍ୟ ର ସିଡି ସେ ପାହାଚ

ଭକତେ କରୁଥାନ୍ତି ନାଚ।

ଆନନ୍ଦେ କିଏ ଗଡୁଥାନ୍ତି

ପୂର୍ବଜେ ପୀଣ୍ଡ ବାଢୁଥାନ୍ତି ।।


ବାଇଶି ପାହାଚ ଶେଷ ଯହିଁ

କୂର୍ମ ବେଢା ଯେ ଘେରା ତହିଁ।

କୂର୍ମ ବେଢା ରୁ ଧାଡି କରି

ଭକ୍ତେ ଯାଆନ୍ତି ଥିରି ଥିରି ।

ସାତ ପାହାଚ ତଳେ ଯାଇ

ଥାଆନ୍ତି ଗହଳି ଲଗାଇ।


ଶ୍ରୀମନ୍ଦିର ରେ ପ୍ରବେଶନ୍ତି

ଭିଡ଼ କୁ ଠେଲି ଆଗେ ଯାନ୍ତି।

ମନ୍ଦିର ମଧ୍ୟେ ଠେଲା ପେଲା

ହସୁଥାନ୍ତି ଯେ ଚକାଡୋଳା।

ଚାରିଭାଗରେ ଶ୍ରୀମନ୍ଦିର

ଦୂରକୁ ଦିଶନ୍ତି ସୁନ୍ଦର।


ଶ୍ରୀମନ୍ଦିର ଗର୍ଭଗୃହଟି

ବିଜେ ଯହିଁ ଚତୁର୍ଦ୍ଧା ମୂର୍ତ୍ତୀ।

ଭୂଦେବୀ ଶ୍ରୀଦେବୀ ସାଥିରେ

ମାଧବ ଛନ୍ତି ସେହିଠାରେ।

ସପ୍ତାବରଣ ସାତ ମୂର୍ତ୍ତୀ

ସିଂହାସନେ ପୂଜା ପାଆନ୍ତି।


ମନ୍ଦିର ମୁଖଶାଳା ସେତ

ଜଗମୋହନ ଭାବେ ଖ୍ୟାତ।

ନାଟମଣ୍ଡପ ତାର ଆଗେ

ଭକ୍ତ ଙ୍କ ଭିଡ ତହିଁ ଲାଗେ ।

ଭୋଗ ମଣ୍ଡପ ତା ଆଗରେ 

ଭୋଗ ଅର୍ପଣ ସେହିଠାରେ।


ନାଟ ମଣ୍ଡପେ ସ୍ତମ୍ଭ ପରେ

ଗରୁଡ଼ ପ୍ରଣାମ ମୁଦ୍ରାରେ,

ପଶ୍ଚିମ ମୁଖ ସେତ ହୋଇ

ମହାପ୍ରଭୁଙ୍କୁ ଛନ୍ତି ଚାହିଁ।

ଭକ୍ତ ପ୍ରବର ଖଗପତି 

ପ୍ରଭୁଙ୍କୁ ଧ୍ଯାନ କରୁଛନ୍ତି।


ଗରୁଡ଼ ପଛରୁ ଦିଶନ୍ତି

ସୁନ୍ଦର ଚତୁର୍ଦ୍ଧା ମୂରତୀ।

ମହାପ୍ରଭୁ ଙ୍କ ନାମ ଗାଇ

ଗରୁଡ଼ ଖୁମ୍ବକୁ କୁଣ୍ଢେଇ,

ଭକ୍ତ ଭକ୍ତି ରେ ହୋଇ ମତ୍ତ

କୁହନ୍ତି ଜୟ ଜଗନ୍ନାଥ।


ଗହଳୀ ମଧ୍ୟେ ଠେଲି ପେଲି

ଭକ୍ତେ ଯାଆନ୍ତି ଆଗେଚଳି।

ପଡ଼ିଥାଏ କାଠ ଯେଉଁଠ

ଅଟକନ୍ତି ସବୁ ସେଇଠି।

ପ୍ରଭୁଙ୍କୁ ଦର୍ଶନ କରନ୍ତି

ଦର୍ଶନେ ଧନ୍ୟ ହୋଇଥାନ୍ତି ।।


Rate this content
Log in

Similar oriya poem from Classics