STORYMIRROR

Satyabati Swain

Fantasy

3  

Satyabati Swain

Fantasy

ନୀଳ କଇଁ

ନୀଳ କଇଁ

1 min
525

ଅଙ୍ଗାରେ ଗାର ପକେଇ

ଜହ୍ନ କାଟେ

ପୋଖରୀରେ ଗାର

ସ୍ୱପ୍ନ ସବୁ ଖସି ଯାଆନ୍ତି

ବୟସର ଚହଲା ଢେଉରେ

ନିରେଖି ପାଣିରେ

ଖୋଜେ କଢ଼ ଏକ

ନୀଳ କଇଁ।


ଲାଗୁଛି ଏଇ ରାତି ବୋଧେ ପାହିଯିବ

ସବୁ କିନ୍ତୁ ଅଧା

ବହଳ କୁହୁଡି

ଚିରା କମ୍ବଳ ଟା

ତଥାପି ଛାଡିବାକୁ ମନ ନାଇଁ ତାର

ହାଇ ପରେ ହାଇ

ସ୍ୱପ୍ନ ସବୁ ଗଦା ମଡା

ତକିଆ ଖୋଳରେ ବାକିଆ ନିଦ।


ଅନ୍ଧାରେ ତ ସବୁ ଦିଶୁଥିଲା

ଦିନର ଆଲୁଏ

କିଛି ତ ଦିଶୁନି

ସୂର୍ଯ୍ୟ କଣ ଅନ୍ଧାର ବୁଣୁଛନ୍ତି

ଅବା ମୁଁ ଅନ୍ଧ

ହାଏ ! ଲାଲ କଇଁ

ଖୋଜିଲି ନୀଳ କଇଁ ପ୍ରେମ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy