STORYMIRROR

Kishore Nayak

Children

3  

Kishore Nayak

Children

ନୀଳ ଆକାଶରେ ନୀଳ ଆକାଶ

ନୀଳ ଆକାଶରେ ନୀଳ ଆକାଶ

1 min
443


ନୀଳ ଆକାଶରେ ନୀଳ ଆକାଶ 

ଅନନ୍ତ ଅସୀମ ନାହିଁ ତୋ' ଶେଷ 

ଜହ୍ନ, ତାରା, ରବି କରନ୍ତି ବାସ 

ନୀଳ ଆକାଶରେ ନୀଳ ଆକାଶ ll

ଏ ପୃଥିବୀ ଘର ତୁ ଅଟୁ ଛାତ 

କାହିଁ କେତେ ଉଚ୍ଚ ପାଏନି ହାତ 

ଢାଙ୍କିଛୁ ବନାନୀ, ପାହାଡ଼, ଦେଶ 

ନୀଳ ଆକାଶରେ ନୀଳ ଆକାଶ ll

କେତେ ନଦ-ନଦୀ ବିଶାଳ ଦରି 

ସବୁ ଆଡେ ତୁଇ ଅଛୁରେ ପୂରି 

ଦୂରକୁ ଚାହିଁଲେ ଲାଗୁ ତୁ ଶେଷ 

ନୀଳ ଆକାଶରେ ନୀଳ ଆକାଶ ll

ତୋ' ଦେହରୁ ପୁଣି ବରଷା ଝରେ 

ଘଡଘଡି ସାଥେ ବିଜୁଳି ମାରେ 

ଋତୁ ଚକ୍ରେ ତୋ'ର ବଦଳେ ବେଶ 

ନୀଳ ଆକାଶରେ ନୀଳ ଆକାଶ ll

ରହସ୍ୟରେ ଭରା ତୋ' ଶୂନ୍ୟ ସ୍ଥିତି 

ଭ୍ରମେ ପଡେ ଜ୍ଞାନ ବିଜ୍ଞାନ ମତି 

କେଉଁଠୁ ଆରମ୍ଭ ତୁ କେଉଁଠି ଶେଷ? 

ନୀଳ ଆକାଶରେ ନୀଳ ଆକାଶ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children