STORYMIRROR

DILIP KUMAR SAHOO

Romance

3  

DILIP KUMAR SAHOO

Romance

ନିଦ ଚୋରିକରେ ନୀଳ ନୟନା

ନିଦ ଚୋରିକରେ ନୀଳ ନୟନା

1 min
172

ଲେଉଟାଣି ରଥ ହେଉଛି ଟଣା

  ପ୍ରେମ ଉଛୁଳୁଛି ପ୍ରେମିକ ବଣା

  ଯମୁନା ଜଳରେ ରାଧାର ଛାଇଲୋ

  କଦମ୍ବ କହୁଛି କାହିଁ ମୋ କାହ୍ନା


  ଉପମା ସତେକି ଏକାଠି ମେଳି

  ଆକାଶ ଛୁଉଁଛି ସପନ ଦୋଳି

  ପିରତି ହାଟରେ ହଟ ଚମକଲୋ

  ଫଗୁଣ ଖୋଜୁଛି ଫୁଲ ଅଗଣା

  କଦମ୍ବ କହୁଛି କାହିଁ ମୋ କାହ୍ନା...


  ବରଷା ଲେଖୁଛି ମେଘକୁ ଚିଠି

   କାଉଁରୀ କାମାକ୍ଷା କୁଆଁରୀ କାଠି

  ଲବଙ୍ଗ ଦୀପରୁ ଫେରୁଛି ପବନ

  ନିଦ ଚୋରିକରେ ନୀଳ ନୟନା

  କଦମ୍ବ କହୁଛି କାହିଁ ମୋ କାହ୍ନା...

  .

  କଜଳ ସଜଳ କାମ କମାଣ

   ନରମ ସକାଳ ପକାଏ ରାଣ

   କିଏସେ କରିଲା କାହାକୁ କିମିଆ

   କିଏସେ ଜାଣିଛି କିଏ ଅଜଣା

   କଦମ୍ବ କହୁଛି କାହିଁ ମୋ କାହ୍ନା...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance