ନିଦ ଚୋରିକରେ ନୀଳ ନୟନା
ନିଦ ଚୋରିକରେ ନୀଳ ନୟନା
ଲେଉଟାଣି ରଥ ହେଉଛି ଟଣା
ପ୍ରେମ ଉଛୁଳୁଛି ପ୍ରେମିକ ବଣା
ଯମୁନା ଜଳରେ ରାଧାର ଛାଇଲୋ
କଦମ୍ବ କହୁଛି କାହିଁ ମୋ କାହ୍ନା
ଉପମା ସତେକି ଏକାଠି ମେଳି
ଆକାଶ ଛୁଉଁଛି ସପନ ଦୋଳି
ପିରତି ହାଟରେ ହଟ ଚମକଲୋ
ଫଗୁଣ ଖୋଜୁଛି ଫୁଲ ଅଗଣା
କଦମ୍ବ କହୁଛି କାହିଁ ମୋ କାହ୍ନା...
ବରଷା ଲେଖୁଛି ମେଘକୁ ଚିଠି
କାଉଁରୀ କାମାକ୍ଷା କୁଆଁରୀ କାଠି
ଲବଙ୍ଗ ଦୀପରୁ ଫେରୁଛି ପବନ
ନିଦ ଚୋରିକରେ ନୀଳ ନୟନା
କଦମ୍ବ କହୁଛି କାହିଁ ମୋ କାହ୍ନା...
.
କଜଳ ସଜଳ କାମ କମାଣ
ନରମ ସକାଳ ପକାଏ ରାଣ
କିଏସେ କରିଲା କାହାକୁ କିମିଆ
କିଏସେ ଜାଣିଛି କିଏ ଅଜଣା
କଦମ୍ବ କହୁଛି କାହିଁ ମୋ କାହ୍ନା...

