STORYMIRROR

Srinibas Mahalik

Inspirational Abstract

2  

Srinibas Mahalik

Inspirational Abstract

ନୀଚ୍ଚ ଜାତି

ନୀଚ୍ଚ ଜାତି

1 min
13.5K


ପଛୁଆ ବର୍ଗଙ୍କୁ କେତେକ କୁହନ୍ତି

ସରକାରଙ୍କ କୋଠପୁଅ

ଦୟାକରି ଏହି ମାନବୃତ୍ତିଟାକୁ

ମନରୁ ହଟେଇ ଦିଅ ।।୧।

ହିନ୍ଦୁ ସମାଜରେ ପଛୁଆ ବର୍ଗଙ୍କୁ

କୁହାଯାଏ ନୀଚ୍ଚ ଜାତି

ତେଣୁ ସରକାର ପ୍ରୟାସ କରନ୍ତି

କରିବା ପାଇଁ ଉନ୍ନତି ।୨।

ଶିକ୍ଷା ଆଉ ତାଙ୍କୁ ଚାକିରୀ କ୍ଷେତ୍ରରେ

ମିଳଇ କିଛିଟା ଛାଡ

ଯାହା ଦ୍ୱାରା ତାଙ୍କ ଉତଥାନ ହେବାରେ

ଆଣିପାରେ କିଛି ମୋଡ ।୩।

ଦାରିଦ୍ର୍ୟତା ଆଉ ନିରକ୍ଷରତାଠୁ

କରିବାକୁ ତାଙ୍କୁ ଦୂର

ସମ୍ବିଧାନେ କିଛି ସୁବିଧା ସୁଯୋଗ

ଲେଖିଲେ ଆମ୍ବେଦକର ।୪।

ସମ୍ବିଧାନେ ଏହା ବର୍ଣ୍ଣିତ ହୋଇଛି

ସୁଧାରିବାକୁ ତାଙ୍କ ସ୍ଥିତି

କେତେକ ଭାବନ୍ତି ସରକାରଙ୍କ ଏହା

ପାତର ଅନ୍ତର ନୀତି ।୫।


Rate this content
Log in

Similar oriya poem from Inspirational