STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ନଈ ସେପାରି

ନଈ ସେପାରି

1 min
109


ନଈ ସେପାରିରୁ ଭାସିଆସେ ଯେବେ

ମୃଦୁ ସାହାନାଈ ସ୍ୱର

ହୃଦ କନ୍ଦରୁ ମୋ ଅଦୃଶ୍ୟେ ଝରଇ

ଲୁହ ଲହୁ ପ୍ରୀତି ଝର..!!


ସବୁ ସୁନ୍ଦରୀଏ ଲାଗନ୍ତି ସତେକି

ଅତୀତ ମନୋଇ ପ୍ରିୟା

ବିବାହ ବେଦୀରେ ଜାଳିଥିଲା ଯିଏ

ପ୍ରିୟତମ ପ୍ରେମୀ ନାଆଁ..!!


ଗୋରୀ ଗୋରା ପାଦ ହଳଦୀ ସ୍ନାହାନେ 

ଚୁମେ ପଥୁରିଆ ତୁଠ

ନଚାହିଁ ମୁଁ ଫେରେ ଅଫେରା ଗଳିକୁ

ଛାଡିଥିଲି ଯେଉଁ ବାଟ..!!


ସେପାଖେ ସୁନ୍ଦରୀ କୁନ୍ତଳ ଗଭାରୁ 

ଝରେ ଗଜରାର ବାସ

ନଈ ଏପାରି ମୋ ତୃଷାର୍ତ୍ତ ନୟନେ 

ଭରେ ବଇଶାଖି ଶୋଷ..!!


ଥରୁଥାଏ ସତେ ଗୋଲାପ ପାଖୁଡା 

କାକର ଭିଜା ତା' ଓଠ

ସ୍ୱପ୍ନିଳ ରାଇଜେ ପୁନଶ୍ଚ ପଢେ ମୁଁ 

ପ୍ରେମ ବର୍ଣ୍ଣବୋଧ ପାଠ..!!


ଭାରି କଷ୍ଟପ୍ରଦ ପ୍ରେମ ମାନସାଙ୍କ 

ଆଜିବି ଅବୁଝା ରହେ

ନଈ ସେପାରିରେ କୋକୀଳ'ଟି କିନ୍ତୁ 

ସୁମଧୁର ତାନ ଗାଏ..!!


(ଆଜି)ନଈ ଏପାରିରେ ବାସ୍ତବ ଜୀବନ 

ଢାଳିଲେ ଢାଳୁ ଜ୍ଜଳନ

ନଈ ସେପାରିରେ ହସୁଥାଉ ସ୍ମୃତି 

ହସୁଥାଉ ମୋ ଜୀବନ..!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance