Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Romance

5.0  

Bidyadhar Sethi

Romance

ନଈ ଆରପାଖେ ପ୍ରିୟା ଘର

ନଈ ଆରପାଖେ ପ୍ରିୟା ଘର

1 min
219


ନଈ ଆରପାଖେ ତୁମ ଗାଆଁ ଗୋରୀ

ନଈ ଏପାଖରେ ଗାଆଁ ମୋର

ଦୁଇ ଗାଁ ମଝିରେ ଅଙ୍କାବଙ୍କା ନଈ

ଚିର ସ୍ରୋତସ୍ବିନୀ ଜଳଧାର ।


ନଈ ଏପାଖରୁ ନିରୀଖି ଚାହିଁଲେ

ସୁନ୍ଦର ଦିଶଇ ତୁମ ଘର

ନଦୀଘାଟ ତୁମ ଦିଶେ ଅନୁପମ

ସ୍ନାନ ଯହିଁ କରେ ପ୍ରିୟା ମୋର ।


କାଗଜ ଡଙ୍ଗାରେ ତୁମ ନାଁ ଲେଖି

ଭସାଇଲି ଯେବେ ନଦୀଜଳେ

ଡଙ୍ଗା ଭାସିଗଲା ସ୍ମୃତି ହଜିଗଲା

ଲାଗିଲାନି ତାହା ଆରକୂଳେ ।


ଆଜି କାହିଁ ପ୍ରିୟା ତୁମ ଅଗଣାରେ

ବାଜିଲାଣି ଶୁଭ ସାହାନାଇ

ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ

ନଦୀଘାଟେ ଆଉ ଶୁଭୁ ନାହିଁ ।


ନଈବି ଝୁରୁଛି ଘାଟବି ଝୁରୁଛି

ଝୁରେ ବାଲି ତୁମ ପାଦଚିହ୍ନ

ନାଉରୀ ବାପୁଡା କାତ ଧରି ହାତେ

ଗୀତ ଗାଇ ଦେଖେ ଦିବା ସ୍ବପ୍ନ ।


ନଈଧାରେ ଆମ୍ବ ବଉଳ ଫୁଲରୁ

ମହମହ ବାସ ବାସିଲାଣି

କୋକିଳର ସ୍ବନ କୁହୁକହୁ ତାନ

ରହିରହି ଧୀରେ ଶୁଭିଲାଣି ।


ଫୁଲ ସବାରିରେ ବସି ତୁମେ ଯେବେ

ନଈ ଧାରେଧାରେ ଚାଲିଯିବ

ନଈ ଏପାରିର କଦମ୍ବ ବନକୁ

ଥରୁଟିଏ ହେଲେ ଚାହିଁଦେବ ।


ବିଜନ ବେଳାରେ ବିଜନର ବଂଶୀ

ଆଉ ଶୁଭିବନି ମଧୁସ୍ବନ

ନଈର ସୁଅରେ ଭସେଇ ମୁଁ ଦେବି

ଭଗ୍ନ ହୃଦୟର ସ୍ମୃତି ଚିହ୍ନ ।



Rate this content
Log in

Similar oriya poem from Romance