Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

3  

Bidyadhar Sethi

Others

କସ୍ତୁରୀ ସନ୍ଧାନ

କସ୍ତୁରୀ ସନ୍ଧାନ

1 min
311


ମୃଗ ଯଦି ଜାଣିଥା'ନ୍ତା ନାଭିରେ କସ୍ତୁରୀ ଅଛି

କି'ପାଇଁ ଖୋଜନ୍ତା ତା'ର ବାସ

ସେ ସୁବାସ ପାଇଁ ଦିନେ ବିହିର ନିର୍ଦ୍ଦେଶ ବଳେ

ନେଇଥାଏ ଅନ୍ତିମ ନିଶ୍ବାସ ।


ଏମିତି ବି ଫୁଲ ଅଛି ବଣରେ ଫୁଟି ମଉଳେ

ଜାଣେନା ସମାଜ ତା' ଠିକଣା

କିଛି ବାସହୀନ ପୁଷ୍ପ ଚମକେ କୃତିମ ରଙ୍ଗେ

ପ୍ରକଟନ୍ତି ସଭି ମନ ଜିଣା ।


ମୃଗର ଅଜ୍ଞତା ସିନା ତା'ପାଇଁ ଯେ ହୁଏ କାଳ

ହାରିଦିଏ ଦୁର୍ଲଭ ଜୀବନ

ଉଦବେଳିତ କିଛି ଆଶା ନିରାଶାରେ ଭରିଯାଏ

ବିଧିର ଏ ବିଚିତ୍ର ନିୟମ ।


ଅବ୍ୟକ୍ତ ମନ ବେଦନା ଜଳିଜଳି ମନେ ମରେ

ଅଜ୍ଞାନ ନିଆଁରେ ଅହର୍ନିଶ

ତଥାପି କସ୍ତୁରୀ ମୃଗ ଆଶାର ସପନ ଦେଖେ

ଅଜ୍ଞତାକୁ କରିବ ବିନାଶ ।



Rate this content
Log in