STORYMIRROR

Bidyadhar Sethi

Others

3  

Bidyadhar Sethi

Others

ବାପା

ବାପା

1 min
124

ସାରସ୍ୱତ ଅନୁଭବ ବିଶୁଦ୍ଧ ଜଳାଧର

ସ୍ୱତଃସ୍ଫୁର୍ତ୍ତ ଚଞ୍ଚଳ ପୂର୍ଣ୍ଣସିଦ୍ଧ ଅଧୀଶ୍ଵର

ସୃଷ୍ଟିର ଅୟମାରମ୍ଭ କାରଣ ସର୍ଜନାର

ସୀମାହୀନ ଗଗନ ସମ ହୃଦୟ ବିଶାଳ

ଦୃଢତାରେ ହିମାଳୟ ନିର୍ଭୀକ ସଦାଚାର

ଉଦାରତା ପଣରେ ଗଭୀର ମହାସାଗର

ନ୍ୟାୟ ପଣେ ନିଷ୍ଠାବନ

ସାଧୁତାରେ ବଳୀୟାନ

ନିଜ ଲୁହ ନିଜେ ପିଇ

କୁହଯେ' ମଧୁର ବାର୍ତ୍ତା

ତୁମେତ ସ୍ୱୟଂ ଶାଶ୍ୱତ ଅନୁଚିନ୍ତା

ହୃଦୟେ ଭରିଛ କେତେ

ଅସରନ୍ତି ଅନୁକମ୍ପା

ବାପା ll1ll


ଆସୁ ଯେତେ କର୍କଶତା ଉତ୍ତପ୍ତ ନିଦାଘର

ଅଦିନିଆ ଝଡଝଞ୍ଜା ଏ କାଳ ବୈଶାଖୀର

ନିର୍ବିବାଦ ସଚେତକ ସହନଶୀଳତାର

ସ୍ଥିରତା ସହିଷ୍ଣୁତା ପଣେ ବିସ୍ତୃତ ପ୍ରାଚୀର

ନିର୍ବିଘ୍ନରେ ସହିଯାଅ ଅବ୍ୟକ୍ତ କ୍ଳେଶଭାର

ନିରବେ ନୟନୁ ଝରେ ଉଷ୍ମ ଲୋତକ ଧାର

ସୁଖର ସଉଦା କିଣି

ସଭିଙ୍କର ମନ ଜିଣି

ସଳିତା ସଦୃଶ ଜଳି

ଦିଅଯେ' ଶାନ୍ତିର ବାର୍ତ୍ତା

ତୁମେତ ସ୍ବୟଂ ଶାଶ୍ୱତ ଅନୁଚିନ୍ତା

ହୃଦୟେ ଭରିଛ କେତେ

ଅସରନ୍ତି ଅନୁକମ୍ପା

ବାପା ll2ll


ସ୍ୱଚ୍ଛତା ନୈତିକତା ମୂଳମନ୍ତ୍ର ସ୍ୱଧର୍ମର

କଷ୍ଟ ସହି ସର୍ବଦା ସୁଖ ଚାହଁ ସନ୍ତାନର

ସତ୍ୟର ପୂଜାରୀ ନିଷ୍ଠାବାନ କର୍ମବୀର

କ୍ଷମାଗୁଣ ପଣେ ସଦା ଦୟାର ଅବତାର

ନିଷ୍କପଟ ସରଳତା ଭରିଛି ହୃଦୟର

ଚିର ସ୍ମରଣୀୟ ସତ୍ତା ତୁମେହିଁ ମୋ' ଈଶ୍ୱର

କୀର୍ତ୍ତି ତୁମର ମହାନ

ଉଦୟନ ଅଂଶୁମାନ

ତେଜୋମୟ ଦୀପ ଭଳି

ମୂଳମନ୍ତ୍ର ତୁମ ବାସ୍ତବତା

ତୁମେତ ସ୍ବୟଂ ଶାଶ୍ୱତ ଅନୁଚିନ୍ତା

ହୃଦୟେ ଭରିଛ କେତେ

ଅସରନ୍ତି ଅନୁକମ୍ପା

ବାପା ll3ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍