Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

2  

Bidyadhar Sethi

Others

ଛକା ପଞ୍ଛାର ଖେଳ ଏ ଜୀବନ

ଛକା ପଞ୍ଛାର ଖେଳ ଏ ଜୀବନ

1 min
159


ଜୀବନଟା ଏକ ଲୁଚକାଳି ଖେଳ

କିଏ ଜିତେ କିଏ ହାରେ

କିଏ ପୁଣି ଏଠି ନେପଥ୍ୟେ ନାୟକ

ସମୟର ନଈ ଧାରେ ।

ଛାଇ ଆଲୁଅର ଛକା ପଞ୍ଛା ଖେଳ

ଏଇ ଜୀବନ ନାଟକ

କିଏ ସେ ଦର୍ଶକ କିଏସେ ଭାବୁକ

କିଏ ପୁଣି ନିର୍ଦ୍ଦେଶକ ।

ପାଣି ଫୋଟକା ଏ ନିମିତ୍ତ ଜୀବନ

ଆଜି ଅଛି କାଲି ନାହିଁ

ଖେଳ ସରିଗଲେ ନାଟ ସରିଯିବ

ସାକ୍ଷୀତ ମଶାଣି ଭୂଇଁ ।

ଜୁଇର ନିଆଁରେ ହୁତୁହୁତୁ ଜଳେ

ନାଟକର ଶେଷ ଅଙ୍କ

ଜିତିବା ହାରିବା ଖେଳର ନିୟମ

ଜୀବନର ମାନସାଙ୍କ ।


Rate this content
Log in