Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

4.9  

Bidyadhar Sethi

Others

ଦିବା ସ୍ବପ୍ନ

ଦିବା ସ୍ବପ୍ନ

1 min
1.0K


ସ୍ୱାଧୀନ ଦେଶର ସନ୍ତାନ ଆମେ

ଭାରତ ଆମର ମାଆ

ଅସହାୟ ଆମ ଜୀବନ ଜୀବିକା

ନାହିଁ ବଞ୍ଚିବାର ରାହା ।


ଦି'ଓଳି ଦି'ମୁଠା ମିଳୁନାହିଁ ଅନ୍ନ

ଧନ୍ୟ ଆମର ଜୀବନ

ତଥାପି ଛାତିରେ ହାତ ରଖି କହୁ

ଆମ ଭାରତ ମହାନ ।


କେତେ ନୀତିବାଣୀ ନିତି ଶୁଣିଶୁଣି

ଦେଖଇ ଦିବା ସପନ

ଧନୀ ଗରିବର ପାଚେରି ଭାଙ୍ଗିବ

ଆମ ଦେଶ ହେବ ଧନ୍ୟ ।


ମହାନତା ଆମ ଉଦାର ପଣିଆ

ପୋଡା ପୋଥି ବାଇଗଣ

ବାସ୍ତବର ରୂପ ଲାଗେ ଅବାସ୍ତବ

ହଜିଯାଏ ଚିହ୍ନବର୍ଣ୍ଣ ।


ଦିଗବିଜୟ ନାମେ ବିଜୟର ଧ୍ଵଜା

ଫରଫର ହୋଇ ଉଡେ

ଦୁଃଖର ଜୁଆର ବଟ୍ଟବୃକ୍ଷ ପ୍ରାୟେ

ଗୋଦର ସମାନ ମାଡ଼େ ।



Rate this content
Log in