Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

3  

Bidyadhar Sethi

Others

ନିଆରା ସ୍ବପ୍ନ

ନିଆରା ସ୍ବପ୍ନ

1 min
308


ମନ୍ଦ ସମୀରଣେ ତନ୍ଦ୍ରିତ ନୟନେ

ଦେଖେ ମୁଁ ନିଆରା ସ୍ବପ୍ନ

ତନ୍ମୟୀ ତନୟା ଅଭିମାନୀ ପ୍ରିୟା

କିଣି ନିଏ ମୋର ମନ ।


ଝୁମିଝୁମି ଯେବେ ଛୁଇଁଛୁଇଁ ଯାଏ

ମେଘପୁଷ୍ପ ଯାଏ ଝରି

ଭିଜିଭିଜି ତହିଁ ଭିଜାଏ ହୃଦୟ

ପ୍ରୀତିର ପସରା ମେଲି ।


ଭିଜା ସପନରେ ସ୍ବପ୍ନର ନାୟିକା

ଚୁମି ଯାଏ ଯେବେ ଧୀରେ

ଗୋଲାପ ବନରେ ଲାଗିଯାଏ ନିଆଁ

ପ୍ରୀତି କାଦମ୍ବରୀ ଝରେ ।


ଉଛୁଳା ନଈରେ ଉଛଳିତ ନୀରେ

ଉଛୁଳେ ପ୍ରୀତି ଜୁଆର

ତନ୍ଦ୍ରାଶୀଳ ମନେ ଭାବେ ଅନୁକ୍ଷଣେ

ଗୁନ୍ଥିବାକୁ ପ୍ରୀତିହାର ।


ମନର ମିତଣୀ ରୂପସୀ ମାନିନୀ

ମେଘ ପାଲିଙ୍କିରେ ବସି

ଚାଲିଯିବ ପୁଣି ମେଘ ରାଇଜକୁ

ଅଙ୍ଗେ ପ୍ରୀତିରଙ୍ଗ ଲେସି ।


ସପନ ସୁନ୍ଦରୀ ସପନରେ ଆସି

ସପନରେ ଗଲା ଚାଲି

ନିଆରା ସ୍ବପ୍ନ ମୋ'ଅଧୁରା ହେଲେବି

ପାରେ ନାହିଁ ଜମା ଭୁଲି ।


Rate this content
Log in