Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Others

5.0  

Bidyadhar Sethi

Others

ସାଧୁ ସାବଧାନ

ସାଧୁ ସାବଧାନ

1 min
555


ଏତ ଘୋର କଳିକାଳ ହୋ'....

ସାଧୁ ହୁଅ ସାବଧାନ - ଏତ....

ତୋଷାମଦିଆଙ୍କ ଖୋସାମତ କ୍ରମେ

ଚାଲୁଛି ନୀତି ନିୟମ ।


ଜ୍ଞାନୀ ଗୁଣୀ ଜନ ନପାଏ ସମ୍ମାନ

ସତ୍ୟ ମାଳିକା ବଚନ

ମନ୍ତ୍ରୀ ସେନାପତି ଦରବାରୀ ଯେତେ

ହୁଅନ୍ତି କ୍ଷମତା ଶୁନ୍ୟ ।


ଚାଟୁକାର ଏଠି ପରାମର୍ଶଦାତା

ଦିଅନ୍ତି ସେ ପ୍ରବଚନ

ଗୁଣ ଗରିମାର ମିଳେନାହିଁ ମୂଲ

ଫିକା ପଡ଼ିଯାଏ ଜ୍ଞାନ ।


କ୍ଷୀର ନାହିଁ ଜମା ଗୋଳିଆ ପାଣିରେ

ସର ପଡେ ଘନଘନ

ଅଳ୍ପବିଦ୍ୟା ଅତି ଭୟଙ୍କର ବୋଲି

ଲେଖିଛି ଶାସ୍ତ୍ର ପୁରାଣ ।


ମାଲିସ ପାଲିସ ସାଲିସର ବଳେ

ବହେ ଦକ୍ଷିଣା ପବନ

ବିରାଡ଼ି ବୈଷ୍ଣବ ଧର୍ମ ଅବତାର

ମାଳା ଜପେ ରାତିଦିନ ।


ଚଟୁତ ଆମିଷ ବେଣ୍ଟ ନିରାମିଷ

ଭାଷେ ମଧୁର ବଚନ

ନାଲିସ କାର୍ଯ୍ୟରେ ପୂର୍ଣ୍ଣ ସିଦ୍ଧହସ୍ତ

ସତ୍ୟ ଚାକ୍ଷୁଷ ପ୍ରମାଣ ।



Rate this content
Log in