Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Sethi

Inspirational

5.0  

Bidyadhar Sethi

Inspirational

କର୍ମ ହିଁ ଭଗବାନ

କର୍ମ ହିଁ ଭଗବାନ

1 min
933


କର୍ମ ମୂଳେ ଭଗବାନ ସତ୍ୟ ଅମୃତ ବଚନ

ନିଷ୍କର୍ମକ ଏ ମଣିଷ କରେନା କର୍ମ

ଅହଂକାରୀ ଏ ମାନବ ଜଗତେ ଶ୍ରେଷ୍ଠ ବିଭବ

ନିଜ ଇଚ୍ଛାରେ ପ୍ରକଟେ ନିଜସ୍ବ ଧର୍ମ

ମୂଳ ତତ୍ତ୍ବରୁ ହୁଏ ଦୂର

ଧର୍ମାଧ୍ୟକ୍ଷ ସାଜି ଧର୍ମ କରେ ପ୍ରଚାର ।


ମିଛ ମାୟାର ସଂସାର କ୍ଷଣସ୍ଥାୟୀ ବାଲିଘର

ପ୍ରବଚନ ଦିଏ ତୁଚ୍ଛ ଧନ ଯୌବନ

ଅସ୍ଫୁଟ କାମନା ପାଇଁ ବାସନାରେ ମଜ୍ଜିରହି

କଷ୍ଟ ଉପାର୍ଜିତ ଧନ କରେ ଶୋଷଣ

ବିକାଶର ମିଥ୍ୟା ବଚନ

ବିନାଶର ବିଭିଷିକା କରେ ରୋପଣ ।


ନିଜ ନିଜ ସ୍ବାର୍ଥ ପାଇଁ ଅନ୍ୟର ତଣ୍ଟି ଚିପଇ

ସୂଚାଏ ସେ ଈଶ୍ବରଙ୍କ ସ୍ବତନ୍ତ୍ର ଦୂତ

ଅଲୌକିକ କୃପାବଳେ ଜନମିଛି ଏ ମହୀରେ

ହରଣ କରିବ ସେ ଯେ' ପ୍ରାଣୀ ଆରତ

ସମ୍ଭାଷଣେ ଥାଏ ଛଳନା

ଧର୍ମ ଅନ୍ଧ ଏ ସମାଜ କିଛି ବୁଝେନା ।


ଈଶ୍ବରଙ୍କ ଏ ସୃଷ୍ଟିର ନାହିଁ ବିଭେଦ ପ୍ରାଚୀର

ନାହିଁ ଜାତି ଲିଙ୍ଗ ଭେଦ ନାହିଁ ଭିନ୍ନତା

ସବୁ ମନୁଷ୍ୟ ଉତ୍ପନ୍ନ ବୃଥା କରେ ଆସ୍ଫାଳନ

ମାନବୀୟ ଧର୍ମ ଗୁଣ ହୁଏ ଶୂନ୍ୟତା

ଧନୀ କ୍ରମଶଃ ହୁଏ ଧନୀ

ପ୍ରପୀଡିତ ପେଟ ପାଇଁ ଦାନା ପାଏନି ।



Rate this content
Log in

Similar oriya poem from Inspirational