STORYMIRROR

Sunanda Mohanty

Abstract Fantasy Thriller

3  

Sunanda Mohanty

Abstract Fantasy Thriller

ନିଃସର୍ତ୍ତ୍

ନିଃସର୍ତ୍ତ୍

1 min
203


ରାମାୟଣ କହେ

କିଛି ନେବିନାହିଁ

ମହାଭାରତ ଦର୍ଶାଏ

କିଛି ଦେବିନାହିଁ

ନେବିନାହିଁ ଦେବିନାହିଁ

ଦ୍ଵନ୍ଦ ବୁଝିହୁଏ ନାହିଁ

ପଢ଼ିଲେ ଗୀତା ଭାଗବତ

ଓଁ କାରେ ଚତୁର୍ବେଦ

ବୁଝିହେବ ଶୂନ୍ୟଦେହୀ

ତାଙ୍କ ଆଦର୍ଶ ନିର୍ଦ୍ଦେଶରେ

ଅନୁପ୍ରାଣିତ ହୋଇ

ଗୃହସ୍ଥ ଭିତରେ

ସାରସ୍ବତ ଚିନ୍ତା ଚେତନା

ଆଣିଦେବ ଶାନ୍ତିର ଯାତ୍ରା

କର୍ମଜଞ୍ଜାଳ କରିଯିବାକୁ ହେବ

ବିଧି ବିଧାନ ପୂର୍ବକ

ଯାହା ସ୍ଥିରୀକୃତ ଯାଇଛି ହୋଇ

ରେଣୁ ଓ ଅଣୁରେ

ନିଜକୁ ଥରେ ହଜାଇ ଦେଇ

ପଦ୍ମ ପତ୍ରରେ ଢଳ ଢଳ ଜଳ

ଜୀବନର ମାନେ ଏହି

ଏଇନେ ଥିଲା ଏଇ ନାହିଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract