ନିଃସଙ୍ଗତା
ନିଃସଙ୍ଗତା
1 min
344
ସେ ଦିନର ଖିଲିଖିଲି ହସ ତୋର
ଚୋରେଇ ନେଇଥିଲା ତ ମନ ମୋର ।
ଥରେ ଆସି ଦେଖିଯାରେ ସାଥୀ ମୋର
କେମିତି ଝୁରୁଛି ତତେ ହୃଦୟ ମୋର ।
ତୁ ସିନା ଦୂରେଅଛୁରେ ସାଥୀ ମୋର
ଆଜିବି ତ ଦର୍ଶନ ଖୋଜେ ମୁଁ ତୋର ।
କେମିତି ହେଲୁରେ ତୁଏତେ ନିଷ୍ଠୁର
ମାଗିବିନି ତତେ ସ୍ନେହ ଉପହାର ।
ଚିନ୍ତା କରିବିନି ଅମଙ୍ଗଳ ତୋର
ନିଃସଙ୍ଗତେ ବିତୁ ରେ ଜୀବନ ମୋର ।