ନିଃସଙ୍ଗତା
ନିଃସଙ୍ଗତା
ତୁମେ ଗଲା ପରେ
ଦେଖିନି ସପନେ
ଭାବିନି ମନରେ
ତୁମ ଆସିବାର କଥା
ତୋଳିନି ମହ୍ଲାର
ମନ ଉପବନେ
ଝଙ୍କୃତ କେବଳ
ଦ୍ରବିଭୂତ ଯେତେ ବ୍ୟଥା l
ଆଖି ଲୁହ ସବୁ
ଶୁଖିଗଲା ପରେ
ରହିଛି କାଳିମା
ଧାର ଧାର ଯେତେ ଦାଗ,
ଓଠୁ ହସ ସବୁ
ଲିଭିଗଲା ପରେ
ହୃଦୟ ଵୀଣାରୁ
ତୋଳୁନି ମହ୍ଲାର ରାଗ l
ହୃଦୟରୁ ଲହୁ
ଝରିଗଲା ପରେ
ଗୁପ୍ତ ପଥ ଧାରେ
ଖୋଜିନି ପ୍ରଣୟ ଧାରା,
ଅଭିନୟେ ଖାଲି
ଜିଁଇଛି ଜୀବନ
ବ୍ୟାକୁଳତା ଭରା
ମୋ ହୃଦୟ ବସନ୍ତରା l

