Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଅନିଲ କୁମାର

Romance inspirational tragedy


3  

ଅନିଲ କୁମାର

Romance inspirational tragedy


## ଜୀବନ ସାଙ୍ଗରେ  ! ##

## ଜୀବନ ସାଙ୍ଗରେ  ! ##

1 min 29 1 min 29


ନିଃସଙ୍ଗତାର 

ଉତ୍ତୁଙ୍ଗ ଶିଖରରେ କାର୍ଯ୍ୟରତ

କଳାକାର ସହ 

ଏକାତ୍ମ ହେଇଗଲା ପରେ,

ଆଉ ସେମିତି ଏକ ମୁହୂର୍ତ୍ତରେ 

ନା ପାଦ ତଳେ ଥାଏ ମାଟି 

ନା ମଥା ଉପରେ ଆକାଶ 

ନା ସ୍ବଚ୍ଛ ଚଉପାଶ !


ଏକ ଅଦୃଶ୍ୟ ଭାବବିନ୍ଦୁରେ 

ମିଳିତ ହୋଇଥାଆନ୍ତି 

ସ୍ବପ୍ନ  ଆଉ ନିଦ, 

ଯେଉଁଠାରୁ ବିଚ୍ଛୁରିତ ହୁଏ 

ଅପୂର୍ବ ଭାବତରଙ୍ଗ ! 


ସେଥିରେ ତରଙ୍ଗାୟିତ ହେଇ 

ଚିରକାଳ ରହିଥିବାକୁ 

ଆମ ଭିତରେ ଏ ପ୍ରୟାସ,

କାରଣ ଆମେ ସଭେଁ 

ଉଣା ଅଧିକେ ନିଃସଙ୍ଗ ଓ

ସବୁବେଳେ ଆମର ଲଢେଇ 

ନିସଙ୍ଗତା ବିରୋଧରେ  

ଜୀବନର ବାସ୍ତବତା ସଙ୍ଗରେ 

କେତେବେଳେ ମଧୁର ତ 

କେତେବେଳେ ତିକ୍ତ ଅନୁଭୂତିର ଇନ୍ଦ୍ରଧନୁ ! !


@ ଅନିଲ


 


Rate this content
Log in

More oriya poem from ଅନିଲ କୁମାର

Similar oriya poem from Romance