STORYMIRROR

Bidyadhar Mantry

Classics Inspirational Children

3  

Bidyadhar Mantry

Classics Inspirational Children

ନିଦାଘେ ଉତ୍ତପ୍ତ ଧରଣୀ

ନିଦାଘେ ଉତ୍ତପ୍ତ ଧରଣୀ

2 mins
12

              

ଆଧୁନିକ ସଭ୍ୟତାର ଆଢ଼ୁଆଳେ

ଚାଳ ଘର ହୋଇ ଲୋପ

କଂକ୍ରିଟ ଘେର ଭିତରେ ହିଁ ଜୀବନ

ଘର ଭିତରେ ଉତ୍ତାପ

ସମୟ ସ୍ରୋତରେ ହଜି ଯାଇଅଛି

ସେହି ପରିବେଶ,ଘର

ସ୍ମୃତି ମାତ୍ର ରହିଛି ମନ ହୃଦୟରେ

ଗାଁ' ଘର,ଚାଳ ଛପର 

ନଡ଼ା ବାଉଁଶ ହିଁ ତାପ ନିରୋଧକ

ଖରା ଦିନେ ଉପକାରୀ

ବାହାର ର ଉତ୍ତାପ ନିୟନ୍ତ୍ରଣରେ

ହେଉଥିଲା କାର୍ଯ୍ୟକାରୀ

ବର୍ଷା ଦିନେ ଘର ରହେ ସୁରକ୍ଷିତ 

ପାଣି ନ ରହେ ଚାଳରେ

ଝଡ ବେଳେ କିନ୍ତୁ ପାଣି ଟୋପା ପଡେ

ନଡ଼ା ଉଡ଼ି ଯିବା ପରେ

ଶୀତଦିନ କଥା ଆହୁରି ନିଆରା

ଘର ଭିତରେ ଉଷୁମ

ବାହାରେ ଯେତେ ବି ଥଣ୍ଡା ହେଉଥିଲେ

ଘର ଭିତର ଆରାମ

ଖରା ବର୍ଷା ଶୀତ, ତାପ ନିୟନ୍ତ୍ରକ 

ଥିଲା ସେହି ଚାଳଘର

କାଠ ଜାଳି , ମାଟି ହାଣ୍ଡିରେ ରୋଷେଇ

ସ୍ବାସ୍ଥ୍ୟ ପାଇଁ ଉପକାର । 

ପରିବେଶ କଳୁଷିତ ଆଧାରରେ

ଋତୁ ଚକ୍ରରେ ବ୍ୟାଘାତ

ବର୍ଷା ଓ ଶୀତ ର ଅନିୟମିତତା

କେବଳ ଗ୍ରୀଷ୍ମ ଉତ୍ପାତ   

ବଡ ଦାରୁଣ ଏ ପ୍ରଚଣ୍ଡ ନିଦାଘ

ଝାଞ୍ଜି ରେ ନିଆଁ ପବନ 

ଶୁଖି ଯାଏ ନଦୀ ଓ ପୋଖରୀ ପାଣି

ଗଛ ଲତା ତରୁ ତୃଣ !!

ବରଗଛ ଛାଇ ଲାଗଇ ଶୀତଳ

ପଥଚାରୀ ମନ ଖୁସି

ସତେ କି ପଡ଼ଇ ବରଷା ର ଜଳ

ଗଛ ମୂଳେ ଥିଲେ ବସି

ଉଦୁଉଦିଆ ଖରାବେଳ ରେ ଆପେ 

ରାସ୍ତା ଘାଟ ଶୁନଶାନ୍

ଗାଏ କୋଇଲି କୁହୁ କୁହୁ ସ୍ଵରରେ

ମନ ହୁଅଇ ଉଚ୍ଛନ୍ନ           

ଗୁଳୁଗୁଳି ହୋଇଲେ ବାହାରେ ଝାଳ

ଭଲ ଲାଗେ ଥଣ୍ଡା ଜଳ

ଜୀବ ଜନ୍ତୁ ଏହି ନିଦାଘ ସମୟେ 

ଜଳ ନିମନ୍ତେ ବ୍ୟାକୁଳ

ରଡ ନିଆଁ ସମାନ ଉଠଇ ତାତି

ବାଲି ମାଟି ପୁଣି ପାଣି

ତତଲା ପବନ ମଝିରେ ମଝିରେ

ଦେଖାଏ ତା ଟାଣ ଠାଣି ।

ଖରା ଦିନ ହେଲେ ସ୍କୁଲ ଛୁଟି ଥାଏ

ବୁଲି ଯିବା ପାଇଁ ମନ

ନଦୀ ତଟ ଅବା ସମୁଦ୍ର କୂଳରେ

ରହିବାକୁ ଭାରି ମନ

ସଞ୍ଜବେଳେ ବହେ ଶୀତଳ ପବନ

ହାଲୁକା ହୁଅଇ ମନ

ମଲ୍ଲି ଫୁଲ ଫୁଟି ମହ ମହ ବାସ

ଶୀତଳ ହୁଏ ପରାଣ

କେତେ ଯାତ୍ରା ନାଟ ରାତ୍ରୀ ବେଳେ ହୁଏ

ପିଲାଙ୍କ ମନରେ ଖୁସି 

ଦୋକାନ ବଜାରେ ସରବତ ପଣା

ଲେମ୍ବୁ ପଣା ଦହି ଲସି

ପାଚିଲା ଆମ୍ବ ପଣସ ଓ ସପୁରୀ 

ଆହୁରି ବିଭିନ୍ନ ଫଳ

କଷି କଣ୍ଟିଆଳି କଷି କଷି ତାଳ

ବିକ୍ରି ହୁଏ ସବୁ ଫଳ

ଯେତେ ଯାହା ଖାଇ ପାଣି ପାଶେ ମନ

ଖରାଦିନେ ସବୁ ବେଳେ

ପାଣି ହିତକାରୀ,ପାଣି ହିଁ ଜୀବନ

ଏହି ଶିକ୍ଷା ମିଳେ ବଳେ

ଖରା ମାସ,ଯେତେ ପିଇଲେ ବି ଶୋଷ

ଫୁଟାଇ ପିଇବା ଛାଣି          

ସବୁଠୁ ସୁଆଦ ପଖାଳ ଖାଇଲେ

ପିଇଲେ ଖଟା ତୋରାଣି

ଉତ୍ତପ୍ତ ଧରଣୀ ପାଇଁ ଆମେ ଦାୟୀ

ଜଙ୍ଗଲ ସଫା ହୋଇଛି 

ପାହାଡ ଫଟାଇ କଂକ୍ରିଟ ଭିତରେ

ଆମ ଜୀବନ ବିତୁଛି

ପୁଣି ରାଜ ରାସ୍ତା ତିଆର ହେଉଛି

କଂକ୍ରିଟ ର ରୂପ ଦେଇ

କଳକାରଖାନା ଦୂଷିତ ଧୁଆଁ ରେ

ବାୟୁ ଦୂଷିତ ହୁଅଇ

ମାଟି ପାଣି ବାୟୁ ନଦୀ ଓ ସମୁଦ୍ର

ପରିବେଶ ଆଜି ନଷ୍ଟ

ଉତ୍ତାପ ବହନ କରିବା କ୍ଷମତା

ଧରଣୀ ମାତାର ନଷ୍ଟ

ପ୍ରଚଣ୍ଡ ନିଦାଘ ଦାଉ ସାଧି ପରା 

ନିହାତି କରୁଛି ଖେଳ

ବେଳୁ ବେଳ କଷ୍ଟ ହୁଅଇ ପ୍ରବଳ

ଦେହ ମୁଣ୍ଡ ଖାଲି ଝାଳ 

କେତେ କିସମର ସୁସ୍ୱାଦୁ ଫଳରେ

ମନ ସିନା ବୁଝି ଯାଏ

ଶରୀର ରୁ ଝାଳ ନିର୍ଗତ ପ୍ରବଳ

ପରାଣ ବିକଳ ହୁଏ ।



Rate this content
Log in

Similar oriya poem from Classics