STORYMIRROR

Dr.Soumya Ranjan Khatua

Inspirational

3  

Dr.Soumya Ranjan Khatua

Inspirational

ନିଦାଘ ବି ଏତେ ମନ୍ଦ ନୁହେଁ

ନିଦାଘ ବି ଏତେ ମନ୍ଦ ନୁହେଁ

1 min
192

ବିଦାୟୀ ବସନ୍ତ କୁହେ ନିଦାଘ ବି ଏତେ ମନ୍ଦ ନୁହେଁ .....

ଧରଣୀ ଛାତିରୁ ଜାଡକୁ ଛଡେଇ ପାଦ ଥାପି ଥିଲା ଏ ବସନ୍ତ ,

ମୃଦୁ ମଳୟକୁ କୋଇଲି ସ୍ୱନରେ ଧରା ହୋଇଥିଲା ରୁଦ୍ଧିମନ୍ତ ,

ଫଗୁଣ ଜାତକୁ ଦୋଳ ଗୋବିନ୍ଦ ଆସିଥିଲେ କେତେ ସୁଖସମୃଦ୍ଧି ନେଇ ,

ଫଗୁ ପୁନେଇ କି ରଙ୍ଗ ପସରା ଦେଇଥିଲେ ଯେ ମେଲେଇ ...୧


ସୁନ୍ଦର ମଳୟ ସହ ଆମ୍ବ ଗଛରେ ବକୁଳ ନେଇ ,

ଋତୁରାଜ ସେ ବସନ୍ତ ଆସିଥିଲେ ଛଅ ଋତୁ ମଧ୍ୟରେ ସାର ହୋଇ ,

କିନ୍ତୁ ସୂରୁଜ ଦେବ ନିଦାଘ ଗ୍ରୀଷ୍ମ ନେଇ ଆସିଛନ୍ତି ଆଜି ,

ପ୍ରଚଣ୍ଡ ରୌଦ୍ରରେ ତୃଷାର୍ତ୍ତ ସଜେଇ ଦେବେ ଧରଣୀ ଅଙ୍ଗରାଜି ....୨


ବସନ୍ତ କୃଷ୍ଣଚୁଡା ରଙ୍ଗକୁ ହଜେଇ ପଳାସ ବନ ଏବେ ଧରାରେ ରାଜୁତି କରିଲା,

ଫୁଲ ଉପବନେ ଆଜି ବୈଶାଖ ରୌଦ୍ର ଧସେଇକି ପଶିଲା ,

ପଣା ସଂକ୍ରାନ୍ତି ଯେ ଓଡିଆଙ୍କ ନୂଆ ବରଷ ତା ସହ ପଣା ଓ ଝାମୁ ଯାତ୍ରା ସଙ୍ଗେ ଆଣିଲା,

ଏ ତ ଋତୁଚକ୍ର ଧରଣୀ ନିୟମ ନିଦାଘ ବିନା ବର୍ଷାରାଣୀ କୋଉଠୁ ବା ଅଇଲା ...୩


ଏ ପ୍ରତୀକ୍ଷା ତୃଷ୍ଣା ଯେ ଅଳ୍ପ ଦିନ ପାଇଁ,

ନିଦାଘ ଗ୍ରୀଷ୍ମକୁ ଦେବ ନରମେଇ,

ଆସିବ ଯେବେ ଆଷାଢ଼ ତାର ପଣତକୁ ମେଲେଇ,

ତେଣୁ ନିଦାଘ ହିଁ କଲ୍ୟାଣମୟ ନୁହେଁ ଦୁଃଖଦାୟୀ ..୪


ପହିଲି ବର୍ଷାରେ ହସିବ ମା ବସୁନ୍ଧରା ବସୁମତୀ ,

ଚାଷୀକୁଳ ତରତର ହୋଇ ଚେଇଁକି ଉଠିବ ବସି ,

ଶସ୍ୟ ଶ୍ୟାମଳା ହେବ ଏ ଧରିତ୍ରୀ ଫୁଲ ଫଳରେ ହସି ଉଠି,

ଅତଃ ବିଦାୟୀ ବସନ୍ତ କହେ ନିଦାଘ ଏତେ ବି ମନ୍ଦ ନୁହେଁ ସେ ମଙ୍ଗଳଦାୟୀ ଟିକେ ଅପେକ୍ଷା କର ବସି....୫



Rate this content
Log in

Similar oriya poem from Inspirational