STORYMIRROR

Dr.Soumya Ranjan Khatua

Inspirational

3  

Dr.Soumya Ranjan Khatua

Inspirational

ନିଦାଘ ବି ଏତେ ମନ୍ଦ ନୁହେଁ

ନିଦାଘ ବି ଏତେ ମନ୍ଦ ନୁହେଁ

1 min
202

ବିଦାୟୀ ବସନ୍ତ କୁହେ ନିଦାଘ ବି ଏତେ ମନ୍ଦ ନୁହେଁ .....

ଧରଣୀ ଛାତିରୁ ଜାଡକୁ ଛଡେଇ ପାଦ ଥାପି ଥିଲା ଏ ବସନ୍ତ ,

ମୃଦୁ ମଳୟକୁ କୋଇଲି ସ୍ୱନରେ ଧରା ହୋଇଥିଲା ରୁଦ୍ଧିମନ୍ତ ,

ଫଗୁଣ ଜାତକୁ ଦୋଳ ଗୋବିନ୍ଦ ଆସିଥିଲେ କେତେ ସୁଖସମୃଦ୍ଧି ନେଇ ,

ଫଗୁ ପୁନେଇ କି ରଙ୍ଗ ପସରା ଦେଇଥିଲେ ଯେ ମେଲେଇ ...୧


ସୁନ୍ଦର ମଳୟ ସହ ଆମ୍ବ ଗଛରେ ବକୁଳ ନେଇ ,

ଋତୁରାଜ ସେ ବସନ୍ତ ଆସିଥିଲେ ଛଅ ଋତୁ ମଧ୍ୟରେ ସାର ହୋଇ ,

କିନ୍ତୁ ସୂରୁଜ ଦେବ ନିଦାଘ ଗ୍ରୀଷ୍ମ ନେଇ ଆସିଛନ୍ତି ଆଜି ,

ପ୍ରଚଣ୍ଡ ରୌଦ୍ରରେ ତୃଷାର୍ତ୍ତ ସଜେଇ ଦେବେ ଧରଣୀ ଅଙ୍ଗରାଜି ....୨


ବସନ୍ତ କୃଷ୍ଣଚୁଡା ରଙ୍ଗକୁ ହଜେଇ ପଳାସ ବନ ଏବେ ଧରାରେ ରାଜୁତି କରିଲା,

ଫୁଲ ଉପବନେ ଆଜି ବୈଶାଖ ରୌଦ୍ର ଧସେଇକି ପଶିଲା ,

ପଣା ସଂକ୍ରାନ୍ତି ଯେ ଓଡିଆଙ୍କ ନୂଆ ବରଷ ତା ସହ ପଣା ଓ ଝାମୁ ଯାତ୍ରା ସଙ୍ଗେ ଆଣିଲା,

ଏ ତ ଋତୁଚକ୍ର ଧରଣୀ ନିୟମ ନିଦାଘ ବିନା ବର୍ଷାରାଣୀ କୋଉଠୁ ବା ଅଇଲା ...୩


ଏ ପ୍ରତୀକ୍ଷା ତୃଷ୍ଣା ଯେ ଅଳ୍ପ ଦିନ ପାଇଁ,

ନିଦାଘ ଗ୍ରୀଷ୍ମକୁ ଦେବ ନରମେଇ,

ଆସିବ ଯେବେ ଆଷାଢ଼ ତାର ପଣତକୁ ମେଲେଇ,

ତେଣୁ ନିଦାଘ ହିଁ କଲ୍ୟାଣମୟ ନୁହେଁ ଦୁଃଖଦାୟୀ ..୪


ପହିଲି ବର୍ଷାରେ ହସିବ ମା ବସୁନ୍ଧରା ବସୁମତୀ ,

ଚାଷୀକୁଳ ତରତର ହୋଇ ଚେଇଁକି ଉଠିବ ବସି ,

ଶସ୍ୟ ଶ୍ୟାମଳା ହେବ ଏ ଧରିତ୍ରୀ ଫୁଲ ଫଳରେ ହସି ଉଠି,

ଅତଃ ବିଦାୟୀ ବସନ୍ତ କହେ ନିଦାଘ ଏତେ ବି ମନ୍ଦ ନୁହେଁ ସେ ମଙ୍ଗଳଦାୟୀ ଟିକେ ଅପେକ୍ଷା କର ବସି....୫



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational