STORYMIRROR

Santosh Mishra

Tragedy Others

3  

Santosh Mishra

Tragedy Others

ନିଦ ଓ ଅଳସ

ନିଦ ଓ ଅଳସ

1 min
271

ଲମ୍ବା ରାତି ବୋଲି ନିଦଟା ମୋହର

ଅଧାରୁ ହିଁ ଭାଙ୍ଗି ଯାଉଛି,

ଝରକା ଖୋଲିକି ସକାଳ ଖୋଜିଲେ

ରାତି ଥିଲା ଭଳି ଲାଗୁଛି,

ଶୀତ ଦିନ ଆସି ଯାଇଛି,

ପାହାନ୍ତି ପ୍ରହରେ ଉଠିବାକୁ ଗଲେ

ନିଦ ପୁଣି ଲାଗି ଯାଉଛି।


ଯେତେ ଶୋଇଲେ ବି କାହିଁକି କେଜାଣି

ଅଳସ ଜମାରୁ ଛାଡ଼ୁନି,

ସକାଳ ସୁରୂଜ କିରଣ ଖାଇକି

ଛାତରୁ ଓହ୍ଲେଇ ହେଉନି,

କାମ କିଛି କରି ହେଉନି,

ଚମଡ଼ା ଶୀତକୁ ଭିଡ଼ୁ ଥାଏ ବୋଲି

ତା ସ୍ନେହକୁ ଛାଡି ପାରୁନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy