ନିଦ ମାଉସୀ ଲୋ
ନିଦ ମାଉସୀ ଲୋ
ନିଦ ମାଉସୀ ଲୋ ନିଦ ମାଉସୀ
ନିଦ ରେ ଶୁଆଇ ଦେଇଯା ଆସି।
ଆ ଆ ଲୋ ମାଉସୀ ଆଆ ଲୋ ଆ
ନିଦରେ କୋଳେଇ ଶୋଏଇ ଯାଆ।
ନା ନା ସପନ ରେ ମଜାଇ ମନ
ମାଉସୀ ଲୋ ଏ ମୋ କଥା ମାନ ।
କୁନା ଝୁନା ମୁନା ଭାରି ଖେଚଡା
ହେଉଛନ୍ତି ଏବେ ନିତି ଚଗଲା ।
ମାଉସୀ ଲୋ ନିଦ ମାଉସୀ ଆ ଲୋ
ଆଲ ଜଳୁ ନାହିଁ ଏବେ ଅନ୍ଧାର ।
ଖାଇ ପିଇ ସାରି ଘୁମାଇ ପଡ
ରାତିରେ ବୋଉକୁ ବହୁତ ଡର ।
ଶୁଆଇ ଯାଆ। ଲୋ ନିଦ ମାଉସୀ
ପିଲା ମାନେ ଯାଇ ଅଚନ୍ତି ରୁଷି।
ନିଦ ମାଉସୀ ଲୋ ନିଦ ମାଉସୀ
ନିଦ ଆସିଗଲା ହୋଇବେ ଖୁସୀ।
ଆ ଆ ଲୋ ମାଉସୀ ଆଆ ଲୋ ଆ
ପିଲାମାନଙ୍କୁ ତୁ ଶୁଆଇ ଯାଆ ।

