ନିବିଡତା
ନିବିଡତା


ଏଠି ନ୍ୟାୟର ସଭାରେ
ଅନ୍ୟାୟର ବିଚାରକ,
ଧର୍ମର ଖେଳରେ
ଅଧର୍ମର ଶେଷ ନିଷ୍ପତ୍ତି
ହାତ ଗୋଡ଼ ଥାଇ
ମୁଁ କିନ୍ତୁ,
ଆଜି ପଙ୍ଗୁ ଓ ଅର୍ଥବ
କିଛି କହି ପାରୁନି କରିବା ପାଇଁ
ଆଖି ମଳି ମଳି
ଘୁମେଇ ପଡୁଛି
ମୋର ପ୍ରେମିକାର
ଉଷ୍ମ ଦେହ ଉପରେ ।
ଆଖି ନିଃଷ୍ପ୍ରଭ ଭିତରେ
ରକ୍ତ ପିଏ ମଶା ଓ ଓଡ଼ଶ
ଅବଶ ଶରୀର
ତଥାପି
ମୁଁ ଚୁପ୍ ଓ ନିଶ୍ଚଳ
ଅନ୍ଧ, ମୁକ ଓ ବଧିର ।
ସ୍ୱପ୍ନ ଦେଖେ ମୁଁ
ରଙ୍ଗୀନ ସ୍ୱପ୍ନରେ
ହଜିଯାଏ ରାତ୍ରି
ପ୍ରେମର ନିବିଡ଼ ସଂପର୍କରେ
ବିଚ୍ଛିନ୍ନ ପ୍ରେମ ପାଖରେ ।