ନିବିଡତା
ନିବିଡତା
ନିବିଡ ନିରୀକ୍ଷଣରେ
ଦୃଶ୍ୟ ହୁଏ ଯେଉଁ ତଥ୍ୟ,
ଉତ୍ ଥାପନ କରେ ସେହୁ
ବାସ୍ତବିକ ଚିତ୍ର ।
ନିବିଡ ଅନୁଭବଟା
ମନକୁ ଘାଣ୍ଟଇ ,
କେତେ ତାତ୍ପର୍ଯ୍ୟ ମାନଙ୍କୁ
ଜୀବନ୍ତ କରଇ।
ଆଜିର ପିଢି ପାଖରେ
ନିବିଡତା ନାହିଁ,
ସମ୍ପର୍କଟା ବଦଳୁଛି
ନିର୍ଯାତନା ହୋଇ ।
ନିବିଡତା ଅଟେ ଏକ
ମାର୍ମିକ ଚେତନା,
ଶୃଙ୍ଖଳିତ ସଂସ୍କାରିତ
କରେ ଦୃଢମନା ।
ଅସୁମାରୀ କର୍ତବ୍ୟ କୁ
ସାମନାରେ ଥୋଇ,
ଉତ୍ ଫୁଲିତ କରେ କେତେ
ପ୍ରେରଣା ଯୋଗାଇ।
ପୂର୍ଣ୍ଣତା ସୋପାନେ ମନ
ଶିଖରେ ପ୍ରବେଶ,
ସୁଧାମୟ ଜୀବନର
ସେ,ପରିପ୍ରକାଶ ।
