ନେତାଜୀ
ନେତାଜୀ
ମୌଲବି ସାହେବ ମୌଲବି ସାହେବ
କହିବକି ତୁମ ପରିଚୟ ?
କଡା ପ୍ରହାର ପୋଲିସର ନଜର
ଜଗି ରଖି ଧୀରେ ଏଠି ଚଳ ।
ଏ ରେଳଷ୍ଟେସନ ପେଶବାର କେବେ
ରଖିନି କାହାର ମାନ ମହତ ।
ପାର ଯଦି ତୁମେ ଏହିଠାରୁ ଯାଇ
ବଦଳାଅ ସେ ବେଶ ତୁରନ୍ତ ।।
ଯେଉଁ ପଥେ ତୁମେ ପାଦ ରଖିଅଛ
ସେହି ପଥ ଦିଶେ ପରିଷ୍କାର ।
ଅଡ଼ୁଆ ଲାଗୁଛି ଗୋରା ସାହେବକୁ
ସେଥିପାଇଁ କରେ ତିରସ୍କାର ।।
ଆମେ ଭାରତୀୟ ତୁମ୍ଭଙ୍କୁ ସ୍ମରିଣ
ଜୀଇଁଯିବୁ ଛାତି ପଥର କରି ।
ଓଡ଼ିଆ ପିଲାଟି ନେତାଜୀ ଟିକାରେ
ଡାକୁଥିବା ଯାଏଁ ବାହୁ ପ୍ରସାରି ।।
ତୁମେ ଆମ ଗର୍ବ ଦମ୍ଭ ପରିଚୟ
ଦିଅନାହିଁ ନିଜ ପରିଚୟ ।
ସ୍ୱାଧୀନ ରାଷ୍ଟ୍ରର 'ଜୟ ହିଁନ୍ଦ' ତୁମେ
ସୁଭାଷ ଚନ୍ଦ୍ର ! ତେଜ ଭାସ୍କର ।।
