STORYMIRROR

Debabrata Jena

Inspirational Others

3  

Debabrata Jena

Inspirational Others

ନେତାଜୀ ସୁଭାଷ

ନେତାଜୀ ସୁଭାଷ

1 min
287

ଏସିଆର ତୁମେ ନବ ସୂର୍ଯ୍ୟୋଦୟ

ଯୁବ ଭାରତର ଶକ୍ତି

ପୁଣ୍ୟ ଉତ୍କଳିକା ଉଦିତ ସୌରଭ

ତୁମେ ଅରୁଣିମା ଦ୍ୟୁତି ।।(୧)

ମାତା ପ୍ରଭାବତୀ ଜାନକୀ ତନୟ

ଥିଲ ଗୋ ତୁମେ "ସୁଭାଷ"

ଆଧୁନିକ ବିଶ୍ୱ ପ୍ରକଳ୍ପକ ତୁମେ

ସୁଧାମୟ ତଵ ହସ ।।(୨)

ଅହିଂସାକୁ ନାଶି ହିଂସାକୁ ପ୍ରକାଶି

ଫିରିଙ୍ଗି ତଡିବା ପାଇଁ

"ଦିଲ୍ଲୀ ଚଲୋ"ରେ ତୁମ୍ଭ ଆହ୍ବାନରେ

ଯବାନ ଗଲେ ଆଗେଇ ।।(୩)

ଶୁଣି ତୁମ୍ଭ ବାଣୀ ସେ ଯେ ଓଜସ୍ୱିନୀ

ଜାଗେ ଶତ ସିଂହ ବଳ

ବାନରସେନାଏ ଜାଗିଲେ ସଭିଏଁ

ହୃଦେ ସ୍ଫୁରିଲା ଅନଳ ।।(୪)

ଯୁବ ବା ସ୍ଥିବିର ବାଳା କି ଦୁର୍ବଳା

ସଭିଙ୍କୁ କରି ଏକତ୍ର

ପରାଧୀନତାର ରୁଦ୍ଧ ଦୁଆରକୁ

ଭାଙ୍ଗି କରିଲ ସ୍ୱତନ୍ତ୍ର।।(୫)

ରକତ ଦେବ ତ ସ୍ବାଧୀନତା ଦେବି

କାଳଜୟୀ ଉକ୍ତି ତବ

"ଆଜାଦ ହିନ୍ଦ ଫୌଜ" ଗଢ଼ିଣ

ଭାଂଗିଲ ଫିରିଙ୍ଗି ଦମ୍ଭ ।।(୬)

ଆଜି ଜନ୍ମଦିନେ ଘେନ ଶ୍ରଦ୍ଧାଞ୍ଜଳି

ହେ ପୁଣ୍ୟ ଆତ୍ମା ନେତାଜୀ

ଅକ୍ଷୟ ,ଅମର, ଅନନ୍ତ ହେଉ ହେ

ତବ ସର୍ବ କୀର୍ତ୍ତିରାଜି ।।(୭ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational