Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Birakishore Nayak

Inspirational

3  

Birakishore Nayak

Inspirational

ନେତାଜୀ ସୁଭାଷ

ନେତାଜୀ ସୁଭାଷ

1 min
157



ମୁକ୍ତିଯୁଦ୍ଧର ସେନାନାୟକ

       ସାଜି ଧରିଥିଲେ ମୁକ୍ତ ଅସୀ,

ଦୀପ୍ତ ପୌରୁଷ ଅଶ୍ୱ ପୃଷ୍ଟରେ

       ଗର୍ଜି କଲେ ସେ କମ୍ପନ ସୃଷ୍ଟି |

ପୁରୁଷ ସିଂହ ରକ୍ତ ମାଗିଲେ

       ସ୍ୱାଧୀନତାର ପରଶ ପାଇଁ,

ଭିକ୍ଷାରେ କେବେ ମୁକ୍ତି ମିଳେନା

       କହିଲେ ସିଏ ଆହ୍ୱାନ ଦେଇ |

ଚରମ ରାସ୍ତା ବାଛି ଜୀବନେ

       କଣ୍ଟକ ପଥେ ଚାଲିଲେ ଏକା,

ଛଦ୍ମ ବେଶରେ ଲଙ୍ଘିଲେ ଗିରି 

       ସତେକି ଜ୍ୱଳନ୍ତ ଅଗ୍ନିଶିଖା |

ଦ୍ଵିତୀୟ ବିଶ୍ୱ ଯୁଦ୍ଧ ବେଳାରେ

       ମିତ୍ରଶକ୍ତିର ବିରୁଦ୍ଧେ ଗଲେ,

ଇଂରେଜ ଶକ୍ତି ପରାହତ ପାଇଁ

       ଜାପାନେ ଦୃଢ଼ ସଂକଳ୍ପ କଲେ |

ଆଜାଦ ହିନ୍ଦ ଫୌଜ ଗଢି ସେ 

       ଦିଲ୍ଲୀ ଚଲୋର ଆହ୍ୱାନ ଦେଲେ,

ଦେଶ ମାତୃକା ମୁକ୍ତି ପାଇଁ ଯେ

       ରକ୍ତ ସଂଗ୍ରାମ ବରଣ କଲେ |

ସେହି ଯୁଦ୍ଧରେ ଭାରତ ମୁକ୍ତି

       ଲେଖିଥାନ୍ତା ନିଶ୍ଚେ ଇତିହାସ,

ମାତ୍ର ନରମ ପନ୍ଥୀ ଚକ୍ରାନ୍ତେ

       ହୋଇଲେ ନିର୍ମମ ପରାହତ |

ସେ ଦିନ ଠାରୁ ନିରୁଦ୍ଦିଷ୍ଟ ସେ

       ଇତିହାସ ଲେଖେ ମିଥ୍ୟା ଗାଥା,

ଶ୍ରାଦ୍ଧ ତାଙ୍କର ପାଳିତ ନୁହେଁ

       ଅତୀତେ ଲୁଚିଛି ସତ୍ୟ କଥା |

ସ୍ବପ୍ନ ତାଙ୍କର ହଜି ଯାଇଛି

       ପୁଞ୍ଜିବାଦର ସାମ୍ରାଜ୍ୟ ତଳେ,

ମୁକ୍ତିର ସ୍ୱାଦ ପାଇନି ଦେଶ

       ଆଜି ବି ଶୋଷିତ ଅଶ୍ରୁ ଢାଳେ |

ସ୍ମୃତି ତାଙ୍କର ଚିର ଅମ୍ଲାନ

       ବିପ୍ଳବ ଝଞ୍ଜା ବୁହାଇ ଚାଲେ,

ଜାତିର ବୀର ନେତାଜୀ ସିଏ

       ଖୋଜୁଛି ଦେଶ ଭାବ ବିହ୍ଵଳେ |

ତାଙ୍କରି କାର୍ଯ୍ୟ ଶେଷ ହୋଇନି 

       ସ୍ବପ୍ନ ତାଙ୍କର ଯାଇନି ହଜି,

ମୁକ୍ତି ବିପ୍ଳବ ସ୍ୱର ତୋଳିବ

       ସମ୍ରାଜ୍ୟବାଦର ରକ୍ତେ ଭିଜି |


   


Rate this content
Log in

Similar oriya poem from Inspirational