ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ନେତାଜୀ ସୁଭାଷ ଚନ୍ଦ୍ର ବୋଷ
ଆହେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ,
ତୁମ ପାଇଁ ହସ ହସ ମୁଖେ ଭାରତ ଦେଶ ।
ପବିତ୍ର ଏ ଭାରତ ମାଟି
ତୁମକୁ ଅର୍ପଣ କରୁଛି କୋଟି ସୁମନ
ବୀର ପୁରୁଷ ଭାରତ ଜନନୀ
ପବିତ୍ର ଭୂମି ଦେଖିବ ଆସ,
ଆହେ ବୀର ସୁଭାଷ ବୋଷ ।
ଉତ୍କଳ ଭୁମି କଟକ ଜିଲ୍ଲା,
ଓଡ଼ିଆ ବଜାରରେ ଜନମି ତୁମେ
ମାତା ପ୍ରଭାବତୀ ଓ ଜାନକୀ ପିତା
ବୀର ସନ୍ତାନ ଅମର ଆତ୍ମା ରୂପେ,
ଉତ୍କଳ ସନ୍ତାନଙ୍କୁ କଲ ଧନ୍ୟ ଧନ୍ୟ ।
ଧନ୍ଯ ତୁମେ ବୀର ଧନ୍ଯ ତୁମେ
ବନ୍ଦିତ ପୂଜିତ ଭାରତୀୟ ହୃଦୟେ ବାସ,
ଆହେ ବୀର ସୁଭାଷ ଚନ୍ଦ୍ର ବୋଷ ।
ତୁମେ ଦେଲ ଆହ୍ବାନ-
"ତୁମେ ମୋତେ ରକ୍ତ ଦିଅ
ମୁଁ ତୁମକୁ ସ୍ୱାଧିନତା ଦେବି"
ଗଢିଥିଲ ହେ ସୁଭାଷ ଆଜାଦ ହିନ୍ଦ ଫୌଜ
ଦେଇଥିଲ ନାରା ପୁଣି କେତେ କଥା
"ଦିଲ୍ଲୀ ଚଲୋ, ଦିଲ୍ଲୀ ଚଲୋ"
ତୁମେ ପାଇଁ ପରା ଭାରତୀୟ ମନେ ହସ
ତୁମେ ସଭିଙ୍କ ସାହାରା ଭାରତୀୟ ବେଶ,
ଆହେ ବୀର ସୁଭାଷ ଚନ୍ଦ୍ର ବୋଷ !
ଜନମି ତୁମେ ଭାରତ ଦେଶେ
ଆଜି ଧନ୍ୟ ଧନ୍ୟ ଭାରତ ମାଟି
ତୁମକୁ କରେ କୋଟି କମଳ ଅର୍ପଣ
ବୀର ଦେଖିବ ଆସ ଏ ଭାରତବର୍ଷ
ହସ ହସ ମୁହଁରେ,
ଆହେ ବୀର ସୁଭାଷ ଚନ୍ଦ୍ର ବୋଷ !
