STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

ନେତାଜୀ ସୁଭାଷ ବୋଷ

ନେତାଜୀ ସୁଭାଷ ବୋଷ

1 min
267

କୋଟିଏ ଭିତରେ ଗୋଟିଏ ମଣିଷ

ନାଁ ଟି ସୁଭାଷ ବୋଅଷ,

ଭାରତ ମାଆର ସୁଯୋଗ୍ୟ ସନ୍ତାନ 

ଧନ୍ୟ ତାଙ୍କର ସାହାସ


'ନେତାଜୀ' ନାମରେ ସରବେ ଜାଣନ୍ତି 

ବୀର ଯୋଦ୍ଧା ସଇନିକ,

ଫିରିଙ୍ଗୀ ଶାସନ ଥରି ଉଠୁଥିଲା

କଥାରେ ଥିଲା ତ ଚମକ


ଅଠରଶ' ସତାନବେ ଜାନୁଆରୀ 

ତେଇଶ ତାରିଖ ଜାଣ,

ଜନମି ଥିଲେ ସେ କଟକ ସହରେ

ହସି ଉଠିଥିଲା ଦିନ


'ରକତ ଦିଅ ମୁଁ ସ୍ବାଧୀନତା ଦେବି'

କହିଥିଲେ କାନେ କାନେ,

ଭାରତ ବାହାରୁ ଲଢିବାକୁ ପଣ

କରିଥିଲେ ମନେ ମନେ


କରିଲେ ଶପଥ ତଡିବେ ବିଦେଶୀ

ଦେବେ ସ୍ବାଧୀନତା ଆଣି,

ଝରୁ ପଛେ ଯେତେ ରକତ ତାଙ୍କର

ସାଲିସ୍ ସେ କରିବେନି 


ବଇରୀ ସାଥିରେ ବସିବାକୁ ମିତ

କରୁଥିଲେ ସଦା ମନା,

ଛଡାଇ ନେବାକୁ ନିଜ ଅଧିକାର

ଗଢିଲେ ମୁକତି ସେନା


ବିଦେଶ ମାଟିରେ ଯେତେ ଭାରତୀୟ

କରିଥିଲେ ସବୁ ମେଳ,

'ଆଜାଦ୍ ହିଇନ୍ଦ ଫଉଜ' ନାମରେ 

ଗଢିଥିଲେ ସେନା ଦଳ


ସ୍ବାଧୀନତା ପାଇଁ ଆହ୍ବାନ ସେ ଦେଲେ

ଚାଲ ଭାଇ "ଦିଲ୍ଲୀ ଚଲୋ",

"ଜୟହିନ୍ଦ୍" ଶବଦେ ଫାଟି ପଡିଥିଲା

ନଦ ନଦୀ ବଣ ବିଲ


ମୁକତି ପାଇଁ ଯେ ଶକତିର ଲୋଡା

ନିତି କେତେ କହୁଥିଲେ,

ସାହାସୀ ହେବାକୁ ଭାରତବାସୀଙ୍କୁ

ମନ୍ତର ସେ ଫୁଙ୍କୁଥିଲେ


ହେ ବୀର ପୁରୁଷ ! ଆସ ଆଉ ଥରେ

ଏ ଧରା ଧାମକୁ ଆସ,

ଆଜି ବି ଏ ମାଟି ଝୁରୁଛି ତୁମକୁ

ଭରିଦିଅ ଟିକେ ହସ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract