ନେତାଜୀ ବୋଷ
ନେତାଜୀ ବୋଷ


ସ୍ୱାଗତ ସ୍ୱାଗତ ଆହେ ମହାବୀର!
ନେତାଜୀ ସୁଭାଷ ବୋଷ
ତୁମରି ଚରଣେ ଶତକୋଟି ନମଃ
ହେ ଭାରତ ମା'ର ଯଶ! |
ନିଷ୍ଠୁର ବିଦେଶୀ ରକତ ପିଇଲେ
ଭାରତ ମାଆକୁ ଶୋଷି
ଅହିଂସା ନୀତିରେ ଦେଶବାସୀ ଥାଇ
ସଦା ହେଉଥିଲେ ଦୋଷୀ |
ଯୋଗ ଦେଲ ତୁମ୍ଭେ ଗଢ଼ିଲ ଦେଶରେ
ଆଜାଦ ହିନ୍ଦ ଫଉଜ
ରକ୍ତ ଦିଅ ମୋତେ ସ୍ୱାଧୀନତା ଦେଵି
ବୋଲାଇଲ ସ୍ୱ ଆବାଜ |
ସ୍ୱତନ୍ତ୍ର ଭାରତ ସରଗ ଆମର
ଉଚ୍ଚାରିଲ ଦେଶ ସାରା
ତୁମ ତୁଲ୍ୟ ପୁଣି  
; କିଏ ବା ହୋଇବ
ମହୀରେ ତୁମେ ନିଆରା |
ହଟିଲା ମାୟାର ନିଷ୍ପେସିତ ବେଳା
ଚାଲିଲେ ଫିରିଙ୍ଗି ଦଳ
ତୁମପରି କେତେ ମହାରଥୀ ଆଜି
ଆଣିଲେ ଆନନ୍ଦ ବେଳ |
ତୁମରି ଅକ୍ଲାନ୍ତ ଅପ୍ରାଣ ଉଦ୍ୟମେ
ହେଲା ସ୍ୱାଧୀନର ଦେଶ
ତ୍ରିରଙ୍ଗା ପାଟରେ ଚକ୍ର ତା ବକ୍ଷରେ
ହୋଇଛି ଭାରତ ବେଶ |
ଦେଶ ପାଇଁ ତୁମେ ଦେଇଛ ଜୀବନ
ଭୋଗୀ କାରାଗାର ଦଣ୍ଡ
ତୁମରି ରକତ ଆଜିର ଆନନ୍ଦ
ତୁମେ ସ୍ନେହ ପ୍ରେମାନନ୍ଦ ||