STORYMIRROR

Kalandi pal

Inspirational

3  

Kalandi pal

Inspirational

ନେତା ବନାମ ଜଗତ କର୍ତ୍ତା

ନେତା ବନାମ ଜଗତ କର୍ତ୍ତା

1 min
169


ଶୁଣ ଳୋ ସଜନୀ ଶୂଣ ଓଡିଶା ବାରତା.

କି କରନ୍ତି ଜଗନ୍ନାଥ ନେତା ଓ ଜନତା.!!


ଓଡ଼ିଶାରେ ମୌନବ୍ରତେ ଜଗତ କରତା.

ମୌନବ୍ରତ ଆଚରନ୍ତି ଏଠି ତୁଙ୍ଗ ନେତା.!!


ଓଡିଶା ଶ୍ରୀହୀନ ହେଲା ଆସି ଫନି ବାତ୍ୟା.

ଶ୍ରୀହୀନ ଦିଶନ୍ତି ଏଠି ବିରୋଧୀଙ୍କ ନେତା.!!


ନୀତିକାନ୍ତି ଭୁଲିଲାଣି ଦେଉଳେ ଦଇତା.

ଗୁଣ୍ଡାରାଜ ରାହାଜାନି ଅସ୍ତ୍ର କଲେ ନେତା.!!


ଉଡେ ନୀଳାଚଳ ବାନା ପତିତପାବନ.

ଦେଶ ସାରା ଡିବି ଡିବି ଶାସକଙ୍କ ଚିହ୍ନ.!!


ପତିତପାବନ ଅର୍ଥେ ନେତର ବାରତା.

ଦୋଷି ନିର୍ଦ୍ଦୋଷୀ ହୁଅଇ ପାଶେ ଥିଲେ ନେତା.!!


ଜଗନ୍ନାଥ ଓଡ଼ିଶାର ଆରାଧ୍ୟ ଦେବତା.

ଜନତାଙ୍କ ଆରାଧନା ଏଠି ମୁଣ୍ଡି ନେତା.!!


ଷାଠିଏ ପଉଟି ଏଠି ଭୁଞ୍ଜେ ଜଗଦିଶ.

ସବୁ ଖାଇ ନେତା ଗଣ ଖୋଳ କଲେ ଦେଶ.!!


ଚଢି ବାଇଶି ପାହାଚ ଦର୍ଶନେ ଶ୍ରୀକର୍ତ୍ତା.

ସହସ୍ର ଦପ୍ତର ପରେ ମିଳନ୍ତି ନେତା.!!


ନିର୍ଯ୍ୟାତିତ ଭୋଗିଥିଲେ ରଥେ ଲକ୍ଷ୍ମୀ ମାତା.

ନାରୀ ନିର୍ଯ୍ୟାତନା ଏଠି ନିତିଦିନ କଥା.!!


ଅଲୌକିକ କାର୍ଯ୍ୟ ହୁଏ ସାହା ହେଲେ ପ୍ରଭୁ.

ନେତା ସାହା ହେଲେ ଯାଏ ଦୁଷ୍କର୍ମ ତ ସବୁ.!!


ଜଗନ୍ନାଥେ ପ୍ରଣିପାତ ଶତ ଶତ ବାର.

ନେତା ଜନତାଙ୍କୁ ଦଣ୍ଡବତ ନିରନ୍ତର.!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational