STORYMIRROR

DILIP KUMAR SAHOO

Children

3  

DILIP KUMAR SAHOO

Children

ନଦୀଟିଏ ମୁଁ ନଦୀଟିଏ

ନଦୀଟିଏ ମୁଁ ନଦୀଟିଏ

1 min
224

  

   ନଦୀଟିଏ ମୁଁ ନଦୀଟିଏ

   କୁଳୁକୁଳୁ ହୋଇ ବହୁଥାଏ

   ଦୂର ପରବତେ ଏନ୍ତୁଡିଶାଳ ମୋ

   ସାଗର ବୁକୁରେ ହଜିଯାଏ

   ନଦୀଟିଏ ମୁଁ ନଦୀଟିଏ ..


 କୂଳେକୂଳେ ମୋର         

 କେତେଗାଁଗଣ୍ଡା କେତେ ସହର     

 ଅଙ୍କାବଙ୍କା ପଥ                    

କରିଦିଏ ମୋତେ ସ୍ୱପ୍ନ ବିଭୋର

 ମୋ କୂଳର ସେହି ମାଟି ମଟାଳରେ

  ସୁନାର ଫସଲ ଉଛୁଳୁଥାଏ

 ନଦୀ ଟିଏ ମୁଁ ନଦୀ ଟିଏ


 ମନ ମୋହିନିଏ               

 ମୋକୂଳରସେହି ଶୀତଳ ବାଆ 

  ଗୀତ ଗାଇଗାଇ                  

ନାଉରୀଆ ଭାଇ ମେଲଇ ନାଆ

  ସୂରୁଯ ଉଇଁଲେ ନୀଳ ଆକାଶରେ

  ଜୀବନର ଗୀତ ମୋ ଜଳ ଗାଏ

  ନଦୀଟିଏ ମୁଁ ନଦୀଟିଏ


 କୂଳେକୂଳେ ମୋର                   

କେତେ ଦେବାଳୟ ମଠ ମନ୍ଦିର

  ଫଗୁଣ ଆସିଲେ                      

ଦୁଇ କୂଳ ମୋର ଦିଶେ ସୁନ୍ଦର

 ବାରମାସେ ତେର ପରବରେ ମୋର

 ଜଳର ତରଙ୍ଗ ଉଛୁଳୁଥାଏ

 ନଦୀଟିଏ ମୁଁ ନଦୀଟିଏ ..


ଲାଗେ ଏବେ ଡର

କେତେ କାରଖାନା କୂଳରେ ମୋର

କାରଖାନା ପାଣି

ମିଠା ପାଣିକୁ ମୋ କରେ ଜହର

ଭରିଦେଇ ବିଷ ଲୁଟିନିଏ ହସ

ରୋଗ ବେମାରୀଙ୍କ କାରଣ ହୁଏ

ନଦୀଟିଏ ମୁଁ ନଦୀଟିଏ ..


ମୁଁ ପୂଣ୍ୟ ଶଲିଳା

ବୋହି ବୋହି ଏବେ ବିଷର ଜ୍ୱାଳା

ମିନତି କରୁଛି

ମଣିଷ ଭାଇରେ ମାନ ମୋ ବୋଲା

ମୋ ପାଣିର ଯଦି ଯତନ ନନେବ

ମୋ ଦୁଃଖକୁ ଆଉ ବୁଝିବ କିଏ ?

ନଦୀଟିଏ ମୁଁ ନଦୀଟିଏ ..


  


   

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children