ନବଯୌବନ ଦର୍ଶନ
ନବଯୌବନ ଦର୍ଶନ
ଆଷାଢ଼ ଅମାବାସ୍ୟା ଦିନ
ଉଭା ହୁଅନ୍ତି ଭଗବାନ।
ଅଣସର ଅନ୍ତ ହୁଅଇ
ଅଣସର ତାଟି ଖୋଲଇ ।
ପଟିଦିଅଁ ମାନେ ସେଦିନ
ହୋଇଯେଥାନ୍ତି ବିସର୍ଜନ।
ଖୋଲିଲେ ଅଣସର ତାଟି
ନେତ୍ର ଉତ୍ସବ ହୁଅଇଟି ।
ପ୍ରଥମେ ରହିଅଛି ବିଧି
ତୁଳସୀ ପତ୍ର ରେ ଔଷଧୀ,
ତିନି ଦିଅଁ ଙ୍କର ଚକ୍ଷୁ ରେ
ପ୍ରୟୋଗ ହୁଅଇ ନିଷ୍ଠା ରେ।
ହେବାରୁ ଔଷଧୀ ଲେପନ
ପ୍ରଭୁଙ୍କ କ୍ଷୁଧା ଫେରେ ଜାଣ।
ସେଲାଗି ଅଣସର ପରେ
ଚକା ପରେ ତିନି ଠାକୁରେ,
ପ୍ରଥମ ଥର ପାଇଁ ତହିଁ
ରାଜଭୋଗ ସେ ଥାନ୍ତି ଖାଇ ।
ସରିଲେ ଔଷଧୀ ଲେପନ
କଜ୍ବଳେ ପୁରିତ ଲୋଚନ।
ଦତ୍ତ ମହାପାତ୍ର ସେବକ
କରନ୍ତି କଜ୍ଜଳ ପ୍ରସ୍ତୁତ।
ପୂଜା ପଣ୍ଡା ନେଇ ସେ କଳା
ପୂର୍ଣ୍ଣ କରନ୍ତି ଆଖି ଡୋଳା ।
ନେତ୍ର ଉତ୍ସବ ସମୟରେ
ହୁଅଇ ମଙ୍ଗଳ ଧ୍ବନିରେ।
ତଚ୍ଚକ୍ଷୁ ମନ୍ତ୍ର ହୁଏ ପାଠ
ଜଜୁର୍ବେଦର ମନ୍ତ୍ର ସେତ ।
ପ୍ରଭୁଙ୍କ ଚକ୍ଷୁ ଜୟଗାନ
ମନ୍ତ୍ର ରେ ହୁଅଇ ଗାୟନ ।
ମହାପ୍ରଭୁଙ୍କ ଚକ୍ଷୁ ଦୁଇ
ସୂର୍ଯ୍ୟ ଚନ୍ଦ୍ର ସ୍ବରୂପ ସେହି।
ଜୀବ ଜଗତ ପାଇଁ ସେତ
ମଙ୍ଗଳ ଆଲୋକ ର ଶ୍ରୋତ।
ଯୁଗରୁ ଯୁଗଯାଏ ତାହା
ପ୍ରାଣୀଙ୍କୁ ଦେଖାନ୍ତି ଯେ ରାହା ।
ଉଭା ହୁଅନ୍ତି ବିଶ୍ଵରୂପ
ହୋଇଥାଏ ସକାଳ ଧୂପ।
ନୂଆ ରଙ୍ଗ ନୂଆ ରୂପେଟି
ଦିଅଁ ମାନେ ଉଭା ହୁଅନ୍ତି।
ନବ ଯଉବନ ଦର୍ଶନ
ଭକତେ ହୋଇଥାନ୍ତି ଧନ୍ୟ ।
ରଥଯାତ୍ରା ର ନୀତି କ୍ରାନ୍ତି
ଅମାବାସ୍ୟା ରୁ ତ ହୁଏଟି।
ସ୍ବୟଂ ଲିଳାର ଏ ପ୍ରସ୍ତୁତି
ପ୍ରଭୁ ଯେ ନିଜେ କରିଥାନ୍ତି।
ନାମକୁ ମଣିଷ ମାତର
ତାଙ୍କବିନା ହଲେନି ପତ୍ର ।
ଲିଳାମୟ ଲିଳା ଅପାର
ବନ୍ଦେ ତୁମ ପାଦ ପୟର ।
ମୋ ଜୀବନ ଦଦରା ରଥ
ଖାଲଢିପ ଭରା ମୋ ପଥ ।
ଏ ରଥକୁ ଚାହିଁ ଥିବଟି
ପାଦେ ପ୍ରଭୁ ଏଇ ମିନତି।
