STORYMIRROR

Kalandi pal

Classics

3  

Kalandi pal

Classics

ନବମୀ ସନ୍ଧ୍ୟା ଦର୍ଶନ

ନବମୀ ସନ୍ଧ୍ୟା ଦର୍ଶନ

1 min
162


ବରଷ ଯାକର  ସବୁ ସନ୍ଧ୍ୟା ଠାରୁ

     ଏ ସନ୍ଧ୍ୟା ଅଟଇ ଭିନ୍ନ

ଆଡପ ମଣ୍ଡପେ  ନବମୀ ତିଥିରେ

     ସନ୍ଧ୍ୟା ଦର୍ଶନଟି ପୁଣ୍ୟ

ପ୍ରଭୁ, ଦେଖି ତୋ ଚକାନୟନ l0l


ଗୁଣ୍ଡିଚା ମନ୍ଦିରେ  ଜନମ ବେଦିରେ

     ଆଜି ମୋ ଚକାନୟନ

ଆଡପ ମଣ୍ଡପେ  ଚାହିଁ ବସିଛନ୍ତି

     ଦେବାକୁ ପୁଣ୍ୟ ଦର୍ଶନ

ଶ୍ରୀ ମନ୍ଦିରେ ଶତ  ଦର୍ଶନଠୁ ବଳି

     ନବମୀ ସନ୍ଧ୍ୟା ଦର୍ଶନ l1l


ଦିନ ଦର୍ଶନଠୁ  ଏ ସନ୍ଧ୍ୟା ଦର୍ଶନ

     ମିଳିଥାଏ କୋଟି ପୁଣ୍ୟ

ନବମୀ ତିଥିରେ  ଜନମ ବେଦିରେ

     ଆଜି ତ ଶେଷ ଦର୍ଶନ

ଜନମ ଭୂଇଁ ତା  ଅଟେ ବୃନ୍ଦାବନ

     ଧନ୍ୟ ହୁଏ ଏ ଜୀବନ l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics