Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ନବବର୍ଷ-୨୦୧୮

ନବବର୍ଷ-୨୦୧୮

1 min
7.2K


ଡକ୍ଟର ଚାଇନା ପ୍ରଧାନ


ଏହି ନବ ବରଷ ନୂଆ ସକାଳରେ

କରୁ ସରବେ ସ୍ୱାଗତ

ତୁମେ ଆସ ଧାଇଁ ସମୟ ଚକରେ

ହସି ଉଠୁ ଏ ମରତ । ।

କୁସୁମ ଫୁଲର ରଙ୍ଗ ଗାଲିଚାରେ

ଆସ ତୁମେ ହସିଦେଇ

ଚାଷୀ କାଟେ ଧାନ କ୍ଷେତରୁ

ଖୁସିରେ ସବୁ ଦୁଃଖ ଭୁଲିଯାଇ । ।

ତୁମେ ଆସ ପୁଣି ଶୁଭେଚ୍ଛା ପତ୍ରରେ

ହୃଦୟେ ପୁଲକ ଭରି

ନାନାଖାଦ୍ୟ ରନ୍ଧା ହୁଏ ଘରେ ଘରେ

ଦିନ ଯାଏ ସୁଖେ ସରି । ।

ଏହି ନବ ବରଷ ତଥାପି କିମ୍ପାଇ

ମନରେ ଆଶଙ୍କା ଆସେ

ଆତଙ୍କବାଦୀ ଏ ରକ୍ତମୁଖା ହୋଇ

ମାରନ୍ତି ସଭିଁଙ୍କୁ ହର୍ଷେ । ।

ଅହିଂସା ମନ୍ତରେ ଦୀକ୍ଷିତ କରାଇ

ସେମାନଙ୍କୁ ଧନ୍ୟ କର

ଆହେ ନବବର୍ଷ ଶାନ୍ତି ଭରି ଦେଇ

ହସାଅ ଏଇ ସଂସାର । ।

ଆହେ ଜଗନ୍ନାଥ ସୁଖଶାନ୍ତି ଦେଇ

ହସାଅ ଏଇ ଜଗତ

ଏଇ ଅଳି ରଖି ନବବର୍ଷେ ସାଇଁ

ଘେନ କୋଟି ଦଣ୍ଡବତ । ।


Rate this content
Log in

Similar oriya poem from Classics