ନବ ବର୍ଷ
ନବ ବର୍ଷ
ହେ ନବ ବର୍ଷ ମୁଁ ତ
ଚାହିଁନଥିଲି ତୁମ ଆଗମନ
ଏତେ ଦୁଃଖ ଦାୟକ ହେଉ ବୋଲି
ତୁମ ସାଥେ ସାଥେ ଆସିଲା ଯେ
ଏ ମହାମାରୀ, ବିଶ୍ୱ ରେ ଶୁଭିଲା
ଆର୍ତ୍ତନାଦ, ତ୍ରାହି ତ୍ରାହି ର ଚିତ୍କାର
ସତେ ଅବା ମଣିଷ ସାଜିଲା ମଣିଷ ର
ହତ୍ୟାକାରୀ, ପାରିବ କି କିଛି ଚମତ୍କାର କରି??
ପୁଣି ଫେରିବ ସେଇ ସ୍ୱାଭାବିକ ଜୀବନ ଯାତ୍ରା
ସେଇ ମଉଜ ମଜଲିସ ର ବାତାବରଣ
ଡରି ଡରି ବଞ୍ଚିବା ସତେ କି ବା ଶେଷ ହେବ??
ଜୀବନ ଜିତବ ଆଉ କରୋନା ହାରିବ
ତୁମ ମୁଣ୍ଡରୁ ଏ କଳଙ୍କ ର ଟୀକା ଯିବ ଲିଭି
ସିଞ୍ଚି ଦିଅ କରୁଣା ର ଅମୃତ ବାରି..
