STORYMIRROR

Satyanarayan Sahoo

Romance Action Classics

4  

Satyanarayan Sahoo

Romance Action Classics

ନବ ବରଷ ବୁଣିବ ହରଷ

ନବ ବରଷ ବୁଣିବ ହରଷ

1 min
240


ସରି ସରି ଆସେ ଏଇ ବାଇସ

ସପ୍ତାହକ ପରେ ହେବ ତେଇଶ ।

ନବ ବରଷ ବୁଣିବ ହରଷ 

ସବୁରି ମନ ରେ ଆନନ୍ଦ ରସ ।

ଆସୁଚି ଆଗକୁ ଆଗେଇ ଚାଲି

ଆନନ୍ଦ ଲହରୀ ଯାଉଛି ଖେଳି ।

ବଣ ଭୋଜି ଖାଇ ସଭିଏଁ ମାତି

ଗାଆନ୍ତି ବରଷ ସ୍ବାଗତ ଗୀତି ।

ଆଣି ଆସେ ଖୁସି ମଉଜ ଭାର

ନବ ନବ ଭାବ ଧାରା ସମ୍ଭାର ।

ଅନୁପମ ଦିବ୍ୟ ସୁଖ ସନ୍ତୋଷ

ଶୃଙ୍ଖଳା ଆହ୍ଵାନ ଆଣି ପ୍ରବେଶ ।

କରିଲାଣୀ ଏହି ବର୍ଷ ତେଇଶ

ନବ ବରଷ ବୁଣିବ ହରଷ ।

ସର୍ବଜନ ମନ ଆନନ୍ଦ ମୟ

ଆଗେଇ ଆସୁଛି ପୂଣ୍ୟ ସମୟ ।

ନବ ବର୍ଷ ଆହା କି ମଧୁମୟ

ହେବ ଏବେ ନବ ଉଷା ଉଦୟ ।

ପ୍ରତି କ୍ଷଣେ ବହେ ଆନନ୍ଦ ଝର 

ପ୍ରତି ମନେ ପ୍ରୀତି ସ୍ରୋତ ସଞ୍ଚାର ।

ଆହା କି ଆନନ୍ଦ , କି ଚମତ୍କାର

ବେଶ ବାସ ଭୂଷା ସଜ ସମ୍ଭାର ।

ନବ ବର୍ଷ ପର୍ବ ହୁଏ ପାଳନ

ଉଲ୍ଲାସ ବିଭୋର ହୁଅନ୍ତି ଜନ ।

ଶୀତୁଆ ସକାଳେ ଏ ନବ ବର୍ଷ 

ପହଞ୍ଚଇ ଗାଇ ନୂଆ ସଂଦେଶ ।

କେତେ ଖୁସି ଉନ୍ମାଦନା ଧରି ସେ

ଦୃତ ଗତିକରି ଆଗେଇ ଆସେ ।

ଚାରୁତା ରେ ଭରା ଏ ପରିବେଶ

ନବ ବରଷ ବୁଣିବ ହରଷ ।

ଅନ୍ତରେ ଯୋଗାଇ ଶାନ୍ତିର ଧାରା

ପରବ ପର୍ବାଣୀ ଉତ୍ସବ ମାଳା ।

କରେ  ଚଉଦିଗ ପ୍ରେମ ମୁଖର

ସ୍ବାଗତ କରିବା ଆସ ତାହାର ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance