Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Madhu mita

Classics Inspirational

3  

Madhu mita

Classics Inspirational

ନବ ବଧୁର ସ୍ବପ୍ନ

ନବ ବଧୁର ସ୍ବପ୍ନ

1 min
191


ନାଲି ସିନ୍ଦୁରକୁ ରୂପା ପାଉଁଜି

ନାଲି ଶଙ୍ଖା ପିନ୍ଧି ବହୁଟେ ସାଜି ।


ସପନ ଦେଖଇ ଖୋଲା ଆଖିରେ

ହସି ଖେଳି କୁହେ ସଖୀ ସାଥୀରେ ।


ଆସିବ ସତେକି ରାଜ କୁମାର

ଘୋଡା ଚଢ଼ି ନେଇ ପ୍ରେମ ସମ୍ଭାର ।


ବିବାହ ବେଦୀରେ ତାକୁ ବସେଇ

ଉଡ଼ିଯିବ ଦୂର ଦେଶକୁ ସେହି ।


ଦେଖେ ସେ ସପନ ସୁନେଲି ଜହ୍ନ

ଆସି କରିବ ତା ମାନ ଭଞ୍ଜନ ।


ଧୀର କରି ଯେବେ ସେ ଟିକେ ଋଷିବ

ତା ବର ଆସିକି ହସେଇ ଦେବ ।


ଆଣିବ ତା ପାଇଁ କେତେ ଦରବ

ତା ପାଇଁ ତାହାର ହେବ ଗରଵ ।


ତା ନାମରେ ସେ ଯେ ହୋଇବ ନାମ୍ନୀ

ତା ପ୍ରେମ ବଳରେ ହେବ ସେ ଧନୀ ।


ଶାଶୁଘର ଯେବେ ସେ ଚାଲିଯିବ

ପଛରେ ତା ଘର ତ ରହିଯିବl ।


ମା ବାପା ବନ୍ଧୁ ଓ ଭାଇ ଭଉଣୀ

ଛାଡ଼ି ସେ ସାଜିବ ଯେ ବହୁରାଣୀ ।


କେତେ ସପନ ତା ପାଇଁ ସଜେଇ

ସମସ୍ତେ ଅଛନ୍ତି ଆଗକୁ ଚାହିଁ ।


ବରବେଶ ନେଇ ଆସିବ କିଏ

ତା ପାଇଁ ଜନମ ନେଇଛି ଯିଏ ।


ଗଭାରେ ଖୋଷିବ ସେ ମଲ୍ଲିଫୁଲ

ସ୍ବାମୀ ସୋହାଗିନି କହିବେ ସକଳ ।


ପାଦରେ ନାଇବ ସରୁ ଅଳତା

ବୋହୂ ସାଜିଯିବ ସେହି ଦୁହିତା ।


ଏନ୍ତୁଡ଼ି ରହିବ ପଛରେ ଚାହିଁ

ଆର ଜନମକୁ ଆସିବା ପାଇଁ ।


କଥା ଦେଇ ସେ ଯେ ପର ହୋଇବ

ଶାଶୁଘରୁ କୋକେଇରେ ସେ ଯିବ ।


Rate this content
Log in

Similar oriya poem from Classics