STORYMIRROR

Chinmaya Kumar Nayak

Abstract

3  

Chinmaya Kumar Nayak

Abstract

ନବ ବାତ୍ସଲ୍ୟ

ନବ ବାତ୍ସଲ୍ୟ

1 min
11.7K

କିଛି ସ୍ବପ୍ନ, ଆଶା ଉଦ୍ଦୀପନା 

ଓ ସମ୍ଭାବନାର ଉପାଦାନ ଦେଇ

ଦେହର ସାରତତ୍ତ୍ୱ 

ଓ ହୃଦୟର ଉତ୍କଣ୍ଠା ପ୍ରଲେପି

ଗଢ଼ିଅଛୁ ଦୁହେଁ ମିଶି

ପ୍ରେମର ଏ ଜୀବନ୍ତ ସ୍ମାରକୀ। 


କୋମଳ ତା କୁନି କୁନି ପାଦ

ହରିନିଏ କ୍ଳାନ୍ତି ଅବସାଦ

ଚଞ୍ଚଳ ତା ଢଳ ଢଳ ଆଖି

ବଖାଣେ ସେ ଅକୁହା ସମ୍ବାଦ

ଓଠ ଧାରେ ନିରୀହ ଓ ମଧୁବୋଳା

ଚେନାଏ ହସର ମୁକୁତା ଝରା।


ବାତ୍ସଲ୍ୟର ନବ ଧାରା

ବହିଯାଏ ଦୁହିଁଙ୍କ ବକ୍ଷରୁ

ଆଉ କିଛି ନାହିଁ ହୃଦେ ଏବେ

ସେ ଅତିଥି ଆସିବା ଉତାରୁ

ତାର ସେଇ ପାଦ ଯୋଡ଼ି

ନେଇଯିବୁ ସାଥେ ଧରି

ନିଜ ପାଦ ହେବା ଯାଏଁ ସ୍ଥିର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract