STORYMIRROR

Kumar Mrutyunjay

Abstract

3  

Kumar Mrutyunjay

Abstract

ନୈସର୍ଗିକ କୋଳେ

ନୈସର୍ଗିକ କୋଳେ

1 min
181

ଅଜଣା ର ଅନ୍ବେଷଣେ ନିକାଞ୍ଚନ ନିର୍ଜନେ ଭ୍ରମି ଭ୍ରମି ପହଞ୍ଚିଲି ପୁଣି ଏକ ସ୍ଥାନେ, କୋଟି ଲାବଣ୍ୟ ସଂଯୁକ୍ତା ଲାସ୍ୟମୟୀ ଧାରା ଛଳଛଳ କଳକଳ ମଣି ମୁକ୍ତା ଝରା, ଚତୁର୍ପାଶ୍ୱେ ବିରାଜିଛି ସବୁଜ ବନାନୀ କି ଶୋଭା ପାଉଛି ଅବା ଧରଣୀ ଜନନୀ, ନାଦେନାଦେ ପୁରି ଉଠେ କଳି କାକଳି ସ୍ଵନ ନଭେ ନଭେ ଗୁଞ୍ଜରୁଛି କୁହୁ କୁହୁ ତାନ, ଗିରି ଗହ୍ୱର ଶୃଙ୍ଗର ଫୁଲ ଫଳ ବନଲତା ସତେକି ପ୍ରକୃତି ରାଣୀ ନବବଧୂ ଯେସନେ ସଜ୍ଜିତା, ଅପୂର୍ବ ସେ ଶିହରଣ ଅଦ୍ଭୁତ ସେ ସ୍ପର୍ଶ ବିଚିତ୍ର ତା ମହିମାରାଜି ମୋତେ କରିଲା ଆକର୍ଷ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract