STORYMIRROR

Sunanda Mohanty

Abstract Romance Thriller

3  

Sunanda Mohanty

Abstract Romance Thriller

ନାୟିକା

ନାୟିକା

1 min
168

ଚା କପର ଧୁମାୟୀତ ବାମ୍ଫ

ଭିତରେ ତମ ମୁହଁ

ଅସ୍ପଷ୍ଟ ମାତ୍ର ଚିରାଚରିତ 

ଘନ କୁହୁଡିରେ

ତମ ମୁହଁ ନର୍ତ୍ତକୀ ଛନ୍ଦପାତ

ଘନ ଅନ୍ଧକାରେ

ତମ ମୁହଁ ଦିଶେ ଅଭିଶପ୍ତ

ବର୍ଷା ଭିଜା ରାତ୍ରୀରେ 

ତନୁମନ ଅଶାନ୍ତ

ଏତେ ସବୁ ପ୍ରଶ୍ନ ବା କାରଣର

ଉତ୍ତର ହୁଏତ ନିଶାଗ୍ରସ୍ତ

ମୁଁ ତ କାହାକୁ କହିନାହିଁ ଏପର୍ଯ୍ୟନ୍ତ

ପ୍ରଶ୍ନ ଭିତରେ ଉତ୍ତର ପର୍ଯ୍ୟାପ୍ତ

ଦେଇନି ଉତ୍ତର ପଚାରିନି ଏଯାବତ୍

ତମ ମୁହେଁ ହସ କେବେ କାନ୍ଦ ଲାଳିତ୍ୟ

ଆଶା ଓ ନିରାଶାର ଅଭିସମ୍ପାତ

ମତେ ଦିଶେ ବାମ୍ଫରେ ତୁମ ମୁହଁ

ସତରେ କମ୍ପିତ ଯୁଗପତ୍

ତଥାପି ମୋ ଓଠ ଚା କପରେ ଧୁମାୟୀତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract