Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarada Parida

Drama Inspirational

3  

Sarada Parida

Drama Inspirational

ନାଉରିଆ

ନାଉରିଆ

1 min
13.2K


ନାଉରିଆ

ନାଉରିଆ ଏ କଡରେ ଘର ତୋର

ଆର କଡେ ଘାଟ

କାହିଁ ଯଦି ଡଙ୍ଗା ବୁଡେ ମଝିଦରିଆରେ

ତୁ ଯିବୁ କେଉଁ ବାଟ

କାହାକୁ କହିବୁ ପର

କା’ରେ ଆପଣାର

କାହାକୁ ତୁ ଦେଖାଇବୁ

ନିଜର ବେଭାର ।

 

ନାଉରିଆ,

 ବାହି ନେଉ ତରୀ

କହିବୁ କି କଥାଟିଏ

ମୋତେ ହେତୁ କରି

ଯିବାକୁ ଏ ଅଛି ମୋତେ

ବାଟ ବହୁଦୂର

ଜାଣେ ନାହିଁ  ଦିଗ

ଭଲ ଭେଲ

ଚିହ୍ନି ନାହିଁ ପର ଆପଣା ର

କହିବୁ କି ଯିବି କେଉଁ ଦିଗ ।

 

ଏ କୂଳରେ  ସୁଖର ଜଞ୍ଜାଳ

ଆରକଡେ ଦୁଃଖର ଅନ୍ଧାର

କେଉଁ ଆଡେ ଯିବାଲାଗି

ପାଉନାହିଁ ହେତୁ

 

ଦୁଇ କଡେ ମୋହର ବନ୍ଧନ ।

 

ନାଉରିଆ,

କହିବୁ କି ବାହୁ କେଡେ

 ନିରିମୋହେ ତରୀ

କାହା କଥା ଗାଉ

କାହା ନାଆଁ ଧରି ।

 

କିଏ ତୋର ଗୁରୁ

କାହାର ତୁ ଚେଲା

ସେଇ କିବା ଲଗାଇବ

ମୋର ଭବ  ଭେଳା ।

 

 

 

 

 

 

 

ଶାରଦା ପ୍ରସାଦ ପରିଡା

ଅଧ୍ୟାପକ, ମେକାନିକାଲ ଇଂଜିନିୟରିଗଂ,

କୋଣାର୍କ ବିଜ୍ଞାନ ଏବଂ ବୈଷୟିକ ମହାବିଦ୍ୟାଳୟ ଜଟଣୀ , ଖୋର୍ଦ୍ଧା


Rate this content
Log in

Similar oriya poem from Drama