ନାଟକ
ନାଟକ
ତୁମେ କି ଭାବିଛ ଦେଖାଇ ନାଟକ
ବଦଳାଇ ଦେବ ମୋତେ
ଯଦି ବି ଗଲି ବଦଳି ମୁହିଁ
ମତେ କି ପାଇଲ ସତେ । ୧
ଶିଖାଅ ନାହିଁ ଆଉ
ଭୁଲ୍ ଠିକ୍ ପାଠ
ରଖ ନିଜ ପାଖେ ନିଜ ନୀତି ବାଣୀ
ଏକୁଟିଆ ଯେବେ ବସି ରହି ଥିବ
ଭାବିବ ମୋ ବିଷୟେ ସେ କ୍ଷଣି । ୨
ଲୁହର ସମୁଦ୍ରେ ବୁଡି ମରି ନ ପାର
ମାତ୍ର ବାକି ରହିବନି ଆଉ ଜିବନ
ଯେତେ ସପନ ତମେ ଅନ୍ୟର ଭାଙ୍ଗିଛ
ସେତେ ଥର ମାଗିବ ମୃତ୍ୟୁର ବରଦାନ । ୩
