STORYMIRROR

Gangotri Priyadarshini

Tragedy Inspirational

4  

Gangotri Priyadarshini

Tragedy Inspirational

ନାରୀଟିଏ ହେବା ନୁହେଁ ସହଜ

ନାରୀଟିଏ ହେବା ନୁହେଁ ସହଜ

1 min
182

ନାରୀଟିଏ ସାବିତ୍ରୀ ପାଲଟି ଯାଏ

ପରିବାରର ସୁଖ ଶାନ୍ତି ପାଇଁ

ମୁହଁ ରେ ହସ ଖେଳେଇ ସହି ଯାଏ

ଅନ୍ତର ଭର୍ତ୍ତି କୋହ

କେତେ ପରୀକ୍ଷା ଦେବାକୁ ହୁଏ

କେବେ କନ୍ୟା ଜନନୀ ଭଗିନୀ ଜାୟା ହୋଇ

କେବେ ସଫଳ କେବେ ଅସଫଳ ହେଇ

କେବେ କଟୁ କଥାରେ ଶରବ୍ୟ ହୁଏ ଅସ୍ତିତ୍ବ

ଦେଇ ଚାଲେ ,ସହି ଯାଏ

ବାର ବାର ବର୍ବତାର ଅଗ୍ନି ପରୀକ୍ଷା

ଭୁଲି ଯାଏ ନିଜ ଭୁଲ୍ ଭାବି

ମନକୁ ବୁଝେଇ ଦିଏ

ହଉ ହେଲା ନିଜ ପରିବାର ପରା

ଚାଲିବାକୁ ଅଛି ପଥ ବହୁଦୂର

ପ୍ରମାଣ ପତ୍ର ଟେ ପାଇବାର ଅଛି ମୋତେ

ସାବିତ୍ରୀ ଟେ ହେବା ପାଇଁ

ଆହୁରି ଆଗକୁ ଯିବାକୁ ହେବ

ସହାସ୍ୟ ବଦନେ ସହିବାକୁ ହେବ

ସଂସାରର ଯାବତ ପ୍ରତିବନ୍ଧକ

ଏଇ ଜୀବନରେ ପ୍ରତିଦ୍ବନ୍ଦୀ ଟେ ନିଜ ପାଇଁ

ନିଜକୁ ପ୍ରସ୍ତୁତ ହେବା ପାଇଁ ପଡ଼ିବ

ଜୀବନ ଯାତ୍ରାର ଶେଷ ନିଶ୍ୱାସ ଯାଏ

ସତରେ ସାବିତ୍ରୀ ଟେ ହେବା ବହୁତ କଷ୍ଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy