ନାରୀଟିଏ, ଅନନ୍ୟ ସୃଷ୍ଟିଟିଏ
ନାରୀଟିଏ, ଅନନ୍ୟ ସୃଷ୍ଟିଟିଏ
ଧନ୍ୟ ହେ ସୃଷ୍ଟି କର୍ତ୍ତା, ଧନ୍ୟ ତୁମରି ଏ ଲୀଳା
ଗଢ଼ିଅଛ ବିଶ୍ୱରେ ନାରୀକୁ, ଧନ୍ୟ ତୁମ ଖେଳା
ଦୃଷ୍ଟ ହୁଏ ସୁନ୍ଦରୀ ବେଶଭୁଷା ଆଉ ଅଳଙ୍କାରେ
ସୁନ୍ଦର ଦିଶେ, ନାଇଥିଲେ କଜଳ ତାର ଆଖିରେ
ନାରୀ ଏକା ସିନା ମମତା ରଜ୍ଜୁରେ ବାନ୍ଧି ପାରେ
ଜନନୀ, ଭଗିନୀ, ଜାୟା ଓ ଦୁହିତା ହିସାବରେ
ମମତାର ନିର୍ଝରିଣୀ ଅଟ ସେହି ମାତୃଜାତି ପରା
ଯୋଡିଥାଏ ପରିବାର, ମନେ ଥାଏ ମମତା ଭରା
ଝିଅ ହୋଇ ମନୁଷ୍ୟ ମନେ ମମତା ଜାଗଇ ସେଇ
ବାପା ଓ ମାଆଙ୍କ ସେବା କରେ ତାଙ୍କ ପାଖେ ରହି
ହେ ନାରୀ, ଦେଇଛ ତୁମେ କେତେ ଶୀତଳ ସ୍ପନ୍ଦନ
ମନେ କେତେ ଭିଜା ଭିଜା ଆଶା, ଭିଜା ଭିଜା ସ୍ୱପ୍ନ
ପତି ସୁଖେ ସୁଖୀ, ଦୁଃଖେ ଦୁଃଖୀ ଚଳେ ପତ୍ନୀଟିଏ
ହୃଦୟରୁ ସ୍ନେହ ଅଜାଡ଼ି କି ମମତାରେ ବାନ୍ଧି ଥାଏ
ମିଠା ମିଠା କଥା, ହରି ନିଏ ବ୍ୟଥା, ମନ ହୁଏ ହର୍ଷ
ମଧୁର ବଚନରେ ତୋଷଇ ମନ, ମୁଖେ ଥାଇ ହସ
ଆଲ୍ଲାଦିନୀ ଶକ୍ତି ସୌଭାଗ୍ୟର
େ ସେ ତ୍ୟାଗର ମୂର୍ତ୍ତି
ସରଳ ସ୍ଵଭାବରେ ସମ୍ପାଦନ କରେ ଅନ୍ନପୂର୍ଣ୍ଣା ନୀତି
ମମତାର ମୂଲ କେବେ ମାଗେନି, ଚାହିଁନି ପ୍ରତିଦାନ
ସନ୍ତାନ ପାଇଁ ମମତା ଝରଇ ଅନ୍ତରରୁ ତା ଚିର ଦିନ
ସମୟ ବଦଳିଛି, ବଦଳି ପାରିନି ଏଇ ସେଇ ମଣିଷ
କାଲି ପରି ଭରିଥିଲା କିଛି ଲୋକଙ୍କ ମନରେ ବିଶ୍ୱାସ
କାଲି ମଧ୍ୟ କାହାର ମନେ ଭରି ଥିଲା ବିଭେଦର ବିଷ
ଆଜି ମଧ୍ୟ ସେମିତି ରହିଛି ମନରେ ବିଶ୍ୱାସ ଓ ବିଷ
ଯେ ପକ୍ଷୀ ଉଡେ ଯେତେ ଦୂର,ସେ ଜାଣେ ତା ବେଭାର,
ଆଜି ବି ସେଇ ସତ୍ୟ କଥା ତ ହୋଇନାହିଁ ଚୂର୍ ଚାର
ସବୁ ସେମିତି ରହିଛି ବଦଳି ନାହିଁ ନିତ୍ୟ ସୃଷ୍ଟିର ନିୟମ
ନାରୀ ଆଜି ଯୁଗେ ପରିବର୍ତ୍ତନ ହୋଇଛି, ତାହା ଆମ ଭ୍ରମ
ମଣିଷ ମନର ବିକୃତ ଭାବନା ଆମ ପଟ ବଦଳାଇଦେଲା
ପିତୃକୈନ୍ଦ୍ରିକ ପୁରୁଷ ବଡର ତମସା ଆମ ହସ ନେଇଗଲା
ପ୍ରତିକ୍ଷଣେ ଭାବେ ନିଜେ ନାରୀଠାରୁ ଶ୍ରେଷ୍ଠ ଏଇ ପରୁଷ
ବଢାଇ ନିଜର ସ୍ୱାର୍ଥପରତା ଦିଏ ଖାଲି ନାରୀର ଦୋଷ ।।