STORYMIRROR

Minakshi Samal

Inspirational

3  

Minakshi Samal

Inspirational

ନାରୀର ରୂପ

ନାରୀର ରୂପ

1 min
1.0K


ଜନନୀ,ଭଗିନୀ,ଜାୟା,କନ୍ଯା ଓ ବାନ୍ଧବୀ

ନାରୀର ରୂପ ଅନେକ ହୁଏନାହିଁ ଭାବି।

ଦୟା,କ୍ଷମା,କରୁଣା ର ସାଗର ଅଟଇ

ସ୍ନେହଧାରା ତା ପାଖରେ ଅହର୍ନିଶ ଥାଇ।


ମାତା ରୂପେ ଜନ୍ମ ଦେଇଥାଏ ସନ୍ତାନକୁ

ପାଳନ କରେ ସେ ଢାଳି ସ୍ନେହ ଅମୃତକୁ

ବାଳୁତ ରୁ କିଶୋର ତା ପରେ ଯୁବାବସ୍ଥା

ବିବାହର ପରେ ମଧ୍ୟ ତାକୁ କରେ ରକ୍ଷା।


ଭଗିନୀ ଅଟଇ ଜନନୀର ଅନ୍ୟ ରୂପ

ବୁଝି ପାରେ ସୁଖ ଏବଂ ଦୁଃଖର ସ୍ବରୂପ

ଦୁଃଖରେ ହୁଅଇ ଦୁଃଖୀ ସୁଖେ ହୁଏ ସୁଖୀ

ମନବୁଝେ ଥିବାଯାଏ ତାର ପ୍ରାଣପକ୍ଷୀ।


ପତିହାତୁଁ ଯେଉଁଦିନ ସୀମନ୍ତେ ସିନ୍ଦୁର

ପିନ୍ଧି ପ୍ରବେଶ କରଇ ତାଙ୍କ ଗୃହଦ୍ବାର

ଗାଏସିଏ ନୂତନ ଜୀବନର ଯେ ଗିତୀ

ପତିବ୍ରତା ସାଜି ନିଜ କର୍ମ କରେ ନିତି


କନ୍ୟା ରତ୍ନ ହେଉଛନ୍ତି ଗୃହର ଆଲୋକ

ତାଙ୍କର ଉପସ୍ଥିତିରେ ଛୁଟଇ ମହକ

ବାନ୍ଧବୀ ବାଣ୍ଟନ୍ତି ସୁଖ ଦୁଃଖ ହୃଦୟର

ହୃଦ ଶାନ୍ତ ହୁଏ ପାଇ ବନ୍ଧୁତା ତାଙ୍କର।


ମିନାକ୍ଷୀ ସାମଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational