STORYMIRROR

Tapaswini DashSarangi

Fantasy

4  

Tapaswini DashSarangi

Fantasy

ନାରୀର ମନ

ନାରୀର ମନ

1 min
225


 ନାରୀର ମନ,

 କେବେ ଷୋହଳ ବୟସୀ ଲଳନାର ମନ

 ଯୌବନ ର ଆଗମନ ରେ ସତେ ଚଳଚଞ୍ଚଳ

ଠିକ୍ ଯେମିତି ପଦୁଅଁ ପାଖୁଡା ରେ ଜଳ ବିନ୍ଦୁ ପରି

ଢଳ ଢଳ ମନ ଚହଲି ଯାଏ କେଉଁ ଆଡେ ଜାଣି

ପାରେନା।


ନାରୀର ମନ,

କେବେ ନବ ବିବାହିତା କନ୍ୟାର ମନ

ମନ ରେ ଅନନ୍ୟ ସ୍ୱପ୍ନର ଲହରୀ

ଅଭିସାରିକାର ରୂପ ନେଇ ଅପେକ୍ଷାରତ

ସେ ତା ପ୍ରିୟତମଙ୍କ ସାନ୍ନିଧ୍ୟ ଆଶା ନେଇ।


ନାରୀର ମନ,

କେବେ କୂଳବଧୂର ମନ

କିଛି ସଂକଳ୍ପ କିଛି ଦାୟିତ୍ୱ ରେ ଅନୁବନ୍ଧିତ

ଦୁହିତାର କର୍ତ୍ତବ୍ୟ ଆଗରେ ନତମସ୍ତଷ୍କ

ଆଉ କିଛି ଅଭିଳାଷ ର ପରିପୂର୍ଣ୍ଣତା ପାଇଁ ଆଶାୟୀ।


ନାରୀର ମନ,

କେବେ ସ୍ନେହମୟୀ ଜନନୀର ମନ

ମାତୃତ୍ୱର ଅମୃତମୟ ମୂର୍ଛନା ରେ ସୁରୋଭିତ

ସନ୍ତାନର ବର୍ତ୍ତମାନ ଭବିଷ୍ୟତର ଲେଖନୀ ତା ହସ୍ତରେ

ସନ୍ତାନର କ୍ଷୁଧା ନିବାରଣ ପାଇଁ ଅନ୍ନପୂର୍ଣ୍ଣା ସାଜେ ସିଏ।


ନାରୀର ମନ ,

କେବେ ସଂହାରକାରିଣୀ ଦୂର୍ଗା ଙ୍କ ମନ

ଅନ୍ୟାୟ ଅନିତି ର ବିରୋଧାଚାରିଣୀ ସେ

ଖଡ୍ଗହସ୍ତା ସେ ହିଂସାର ତାଣ୍ଡବ ଆଗରେ

ପ୍ରଳୟକାରିଣୀ ସାଜେ ନିଜର ସୁରକ୍ଷା ନିମନ୍ତେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy