STORYMIRROR

Prasanna kumar sahu

Tragedy

3  

Prasanna kumar sahu

Tragedy

ନାରୀର ବଇରୀ ନାରୀ

ନାରୀର ବଇରୀ ନାରୀ

1 min
915

ନାରୀ କାହୁଁ ଭାଇ

ସମ୍ମାନ ପାଇବ

ବଇରୀ ତା ଅଟେ ନାରୀ,

ନାରୀ ହୋଇ ଜଣେ

ଆନ ନାରୀର ଯେ

ଦେଖି ନ ପାରଇ ଶିରି।


ଶାଶୁ ଅଟଇ ଯେ

ବୋହୂର ବଇରୀ

ଶ୍ଵଶୁର କେବେ ନୁହଇ,

ଶାଶୁ ଯେ ଗଞ୍ଜଣା

ବୋହୂକୁ ଦିଅଇ

ଶ୍ଵଶୁର ସାନ୍ତ୍ଵନା ଦେଇ।


ନଣନ୍ଦ ଦେଖେନା

ଭାଉଜର ସୁଖ

କାନେ କହେ ମାତା ଠାରେ,

ବଡ ଯାଆ ସୁଖ

ସାନ ଦେଖେ ନାହିଁ

କଳି ଲଗାଏ ସେ ଘରେ।


ସ୍ୱଜାତି ହୋଇଣ

ହିଁସ୍ରିକ ହୋଇଲେ

କି କରି ପାରିବା ଭାଇ,

ନାରୀର ବଇରି

ସଂସାରେ ଯେ ନାରୀ

କାହାକୁ ଅଜଣା ନାହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy